କୋଭିଡ ଟିକାକରଣ ପରେ ବର୍ତ୍ତମାନ ସୁଦ୍ଧା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ’

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ ପୁଣି ଆରମ୍ଭ ହୋଇଛି କରୋନା ଟିକାକରଣ। ଦ୍ୱିତୀୟ ଦିନରେ ୩୮୦ ସେସନ୍‌ ମାଧ୍ୟମରେ ୩୧ ହଜାର ୯୦୨ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ୧୬୯୮ ଟି ସେସନ୍‌ରେ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯିବ। ପୂର୍ବରୁ ୧୩ ହଜାର ୮୯୦ ଲୋକଙ୍କୁ ଟିକାକରଣ କରାଯାଇଥିଲା।

ଭୁବନେଶ୍ୱରରେ ପ୍ରଥମ ଦିନ ଦିଆଯାଇଥିବା ଟିକା ଦ୍ୱାରା କୌଣସ ଲୋକଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନାହିଁ। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ଲୋକଙ୍କୁ ଟିକା ଦିଆଯିବା ପରେ ପାର୍ଶ୍ୱ ପ୍ରତିକ୍ରିୟା ନେଇ କୌଣସି ଖବର ଆସିନାହିଁ ବୋଲି ସେ କହିଛନ୍ତି। ଭୁବନେଶ୍ୱରରେ ପ୍ରାୟ ୧୦ ହଜାର ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି।

କେଉଁ ଦିନ କେତେ ସେସନ୍‌ରେ ଟିକାକରଣ ହେବ ତାହା ମଧ୍ୟ ର୍ନିଦ୍ଧାରଣ ହୋଇସାରିଛି। ୧୯ ତାରିଖରେ ୧୯୨ଟି ସେସନ୍‌ ହେବ। ସେହିପରି ୨୦ ତାରିଖରେ ୯୨ଟି ସେସନ୍‌ ହେବ। ୨୧ରେ ୪୩୬, ୨୨ରେ ୧୪୧ଟି ସେସନ୍‌ ହେବ। ୨୩ରେ ତାରିଖରେ ୧୭୮ ଟି ଏବଂ ୨୫ ତାରିଖରେ ୨୭୯ ଟି ସେସନ୍‌ ହେବ। ଯେଉଁମାନେ ଯେଉଁ ଦିନ ଟିକା ନେଇଛନ୍ତି ତାହାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍‌ ନେବେ। ସେଥିପାଇଁ ପର୍ଯ୍ୟାପ୍ତ ଟିକା ରହିଛି। ସେହି ସମୟର ଦୁଇ ଦିନ ପୂର୍ବରୁ SMS ମାଧ୍ୟମରେ ଜଣାଇ ଦିଆଯିବ।

Leave a Reply