ଲକ୍‌ଡାଉନ୍‌ରେ ଗଡ଼ିବନି ବସ୍‌, ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍‌ କଳିଙ୍ଗା ଘାଟି ଯିବ ନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ -୩ ସୋମବାରଠାରୁ ଲାଗୁ ହେବ। ଏହି ସମୟରେ ଅନେକ କଟକଣାକୁ ସରକାର କୋହଳ କରିଛନ୍ତି। ଏହିକ୍ରମରେ ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚଳାଚଳ ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏହି ଆଦେଶକୁ ରାଜ୍ୟରେ ଲାଗୁ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍‌ ସୋମବାରଠାରୁ କୌଣସି ବସ୍‌ ସହର ଭିତରେ ବା ଜିଲ୍ଲା ବାହାରକୁ ଯିବ ନାହିଁ। ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ନିର୍ଦେଶନାମାରେ ଏହା କୁହାଯାଇଛି।

ସେହିପରି ରାଜ୍ୟକୁ ଆସୁଥିବା ପ୍ରବାସୀଙ୍କୁ ଯେଉଁ ବସ୍‌ ନେଇ ଗଞ୍ଜାମ ଜିଲ୍ଲା ଯାଉଛି ସେମାନଙ୍କ ଯାତ୍ରାପଥକୁ ସରକାର ବଦଳାଇବାକୁ ନିର୍ଦେଶ ଦେଇଛନ୍ତି। ଏହି ଯାତ୍ରୀବାହୀ ବସ୍‌ଗୁଡ଼ିକୁ କଳିଙ୍ଗା ଘାଟି ଦେଇ ନଯିବାକୁ କୁହାଯାଇଛି। ଗଲା ୨୪ ଘଣ୍ଟା ଭିତରେ କଳାିଙ୍ଗା ଘାଟି ଉପରେ ଦୁଇଥା ବସ୍‌ ଦୁର୍ଘଟଣା ଘଟିବା ଏବଂ ସେଥିରେ ଦୁଇଜଣ ଲୋକଙ୍କ ଜୀବନ ଯିବା ଘଟଣଶକୁ ବିଚାର କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

 ଏଣିକି ଗଞ୍ଜାମ ଯାଉଥିବା ବସ୍‌ ଆଉ କଳିଙ୍ଗାଘାଟି ଦେଇ ଯିବ ନାହିଁ। ଏହି ବସ୍‌ ନୟାଗଡ଼ ହୋଇ ଯିବ। ବୌଦ୍ଧ ଚାରିଛକରୁ ରୁଟ୍‌ ବଦଳିବ। ଦଶପଲ୍ଲା ଦେଇ ଗାଁ ରାସ୍ତାରେ ଭଞ୍ଜ ନଗରରେ ବାହାରିବ। – ପଦ୍ମନାଭ ବେହେରା, ପରିବହନ ମନ୍ତ୍ରୀ

ଏବେ ବସ୍‌ ବୌଦ୍ଧ ଚାରିଛକ ହୋଇ ଫୁଲବାଣି କଳିଙ୍ଗା ଘାଟି ହୋଇ ଯାଉଥିଲା। କିନ୍ତୁ ଏଣୁକି ମାଧପୁର-ଓଡ଼ଗାଁ- ଦଶପଲ୍ଲା- ଜଗନ୍ନାଥ ପ୍ରସାଦ ଦେଇ ଗନ୍ତବ୍ୟସ୍ଥଳରେ ପହଞ୍ଚିବ।

 

Leave a Reply

Your email address will not be published.