ଭାରତର ୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ରାଜ୍ୟରୁ ୪; ଏନ୍‌ଆଇଟି ଆଗୁଆ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସାମଗ୍ରିକ ପାରଦର୍ଶିତାକୁ ବିଚାର କରି ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ସମସ୍ତ ଶିକ୍ଷାନୁଷ୍ଠାନ ଭିତରେ ଦେଶର ସର୍ବଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ  ତାଲିକା ମଧ୍ୟ ପ୍ରକାଶ କରିଛନ୍ତି। ଏହି ତାଲିକାରେ ଆଇଆଇଟି ମାଡ୍ରାସ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ବାଙ୍ଗାଲୁରୁ ଏବଂ ଆଇଆଇଟି ଦିଲ୍ଲୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏଂବ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଏହି ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ରାଜ୍ୟର ୪ଟି ଶିକ୍ଷାନୁଷ୍ଠାନ ସାମିଲ୍‌ ରହିଛି।  ୨ଟି ଘରୋଇ ପ୍ରତିଷ୍ଠାନ ହୋଇଥିବା ବେଳେ ଅନ୍ୟ ଦୁଇଟି କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ଅନୁଷ୍ଠାନ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏତେ ସଂଖ୍ୟାରେ ବୈଷୟିକ, ଡାକ୍ତରୀ, ସାଧାରଣ ଏବଂ ବିଷୟ ଭିତ୍ତିକ ଶିକ୍ଷାନୁଷ୍ଠାନ ତଥା ବିଶ୍ଵବିଦ୍ୟାଳୟ ଖୋଲା ଯାଇଥିଲେ ମଧ୍ୟ ଦେଶର ସର୍ବୋତ୍କୃଷ୍ଠ ତାଲିକାରେ ସାମିଲ୍‌ ହୋଇପାରି ନାହିଁ। କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ରାଉରକେଲାସ୍ଥିତ ଏନ୍‌ଆଇଟି ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନଠୁ ସର୍ବୋତ୍କୃଷ୍ଠ ତଥାରେ ଦେଶର ଏକ ଉତ୍ତମ ଶିକ୍ଷାନୁଷ୍ଠାନ ଭାବେ ବିଚାର କରାଯାଇଛି।

ରାଉରକେଲାସ୍ଥିତ ଜାତୀୟ ବୈଷୟିକ ପ୍ରତିଷ୍ଠାନ ( ଏନ୍‌ଆଇଟି)  ଦେଶରେ ୩୨ତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ  ସ୍ଥାନ ଦଖଲ କରିଛି। କେନ୍ଦ୍ର ସରକାରଙ୍କ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଜାତୀୟ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା ( ଏନ୍‌ଆଇଆର୍‌ଏଫ୍‌)-୨୦୨୦ରେ ଏହା କୁହାଯାଇଛି।  କେନ୍ଦ୍ରମନ୍ତ୍ରୀ ରମେଶ ପୋଖରୀୟାଲ୍‌ ‘ନିଶାଙ୍କ’ଙ୍କ ପକ୍ଷରୁ ଏହି ତାଲିକା ଗୁରୁବାରଦିନ ଉନ୍ମୋଚନ କରାଯାଇଛି।

ଏନ୍‌ଆଇଟି ବୈଷୟିକ ଶିକ୍ଷାନୁଷ୍ଠାନ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥାପନ ହୋଇଥିଲେ ମଧ୍ୟ ଏହା ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଏନ୍‌ଆଇଟି ମାନ୍ୟତା ପାଇ ରାଜ୍ୟ ହାତରୁ ଚାଲିଯାଇଛି। ଏନ୍‌ଆଇଟି ପରେ ରାଜ୍ୟର ଅନ୍ୟତମ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରୁଥିବା  ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ସମଗ୍ର ଦେଶରେ ୩୮ତମ ସ୍ଥାନ ଦଖଲ କରିବଥିବା ବେଳେ କିଟ୍‌ ବିଶ୍ଵବିଦ୍ୟାଳୟର ସ୍ଥାନ ରହିଛି ୪୪। ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ଚତୁର୍ଥ ଶ୍ରେଷ୍ଠ ଅନୁଷ୍ଠାନ ପାଲଟିଛି ଭୁବନେଶ୍ଵରସ୍ଥିତ  ଆଇଆଇଟି ୫୬।

ଓଡ଼ିଶାରେ ସୋଆ ଏକ ନମ୍ବର ବିଶ୍ଵବିଦ୍ୟାଳୟ

ଦେଶର ୧୦୦ ଶ୍ରେଷ୍ଠ ବିଶ୍ଵବିଦ୍ୟଳୟ ତାଲିକା ଭାରତ ସରକାରଙ୍କ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପ୍ରକାଶ କରିଛନ୍ତି। ଏଥିରେ ଓଡ଼ିଶାରୁ ତିନୋଟି ବିଶ୍ଵବିଦ୍ୟାଳୟଙ୍କ ନାଁ ରହିଛି। ସବୁଠାରୁ ଆଗରେ ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ବିଶ୍ଵବିଦ୍ୟାଳୟ ଥିବା ବେଳେ ଦ୍ଵିତୀୟରେ ରହିଛି କିଟ୍‌ ବିଶ୍ଵବିଦ୍ୟାଳୟ। ଏହି ଦୁଇ ବିଶ୍ଵବିଦ୍ୟଳୟ ଏହି ଦୁଇ ବିଶ୍ଵବିଦ୍ୟାଳୟ ଜାତୀୟ ସ୍ତରରେ ଯଥାକ୍ରବେ ୨୦ ଓ ୨୪ତମ ସ୍ଥାନ ଅଧିକାର କରିଛନ୍ତି।

ରାଜ୍ୟର ପ୍ରଥମ ବିଶ୍ଵବିଦ୍ୟାଳୟ ତଥା ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଉତ୍କଳ ବିଶ୍ଵବିଦ୍ୟାଳୟ ଏହି ଶ୍ରେଷ୍ଠ ୧୦୦ ବିଶ୍ଵବିଦ୍ୟାଳୟ ଭିତରେ ୯୬ତମ ସ୍ଥନେ ଅଧିକାର କରିଛି। ଏହା ଏକମାତ୍ର ସରକାରୀ ବିଶ୍ଵବିଦ୍ୟାଳୟ ଭାବେ ଏପରି ଗୌରବ ଅର୍ଜନ କରିବାରେ ସମର୍ଥ ହୋଇଛି।

ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଦେଶର ଇଞ୍ଜିନିୟରିଂ, ପରିଚାଳନା ( ମ୍ୟାନେଜ୍‌ମେଣ୍ଟ), ଫାର୍ମାସୀ, ମେଡିକାଲ୍‌, ଲ’, ଆର୍କିଟେକ୍ଚ ଏବଂ ଡେଣ୍ଟାଲ ଭଳି ପ୍ରଫେସନାଲ୍‌ ପ୍ରତିଷ୍ଠାନଗୁଡ଼ିକ ସହ କଲେଜଗୁଡ଼ିକର ମମଧ୍ୟ ଦକ୍ଷତା ମାପ କରି ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକାଗୁଡ଼ିକ ଭିତରୁ ସାଧାରଣ କଲେଜ, ମେଡିକାଲ୍‌, ଲକ୍ଷ, ଡେଣ୍ଟାଲ୍‌, ଫାର୍ମାସୀ ଓ ଆର୍କିଟେକ୍ଟ  ବିଭାଗରେ ଓଡ଼ିଶାର କୌଣସି ଅନୁଷ୍ଠାନର ନାଁ ନାହିଁ।

ଓଡ଼ିଶାରେ ଶ୍ରେଷ୍ଟ ଟେକ୍ନିକାଲ୍‌ ପ୍ରତିଷ୍ଠାନ

ଇଞ୍ଜିନିୟରିଂ ପ୍ରତିଷ୍ଠାନର ଶ୍ରେଷ୍ଠ ତାଲିକାରେ ରାଉରକେଲାସ୍ଥିତ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି  ( ଏନ୍‌ଆଇଟି) ୧୬ତମ ସ୍ଥାନ ଅଧିକାର କରିଥିବା ବେଳେ ଆଇଆଟି ଭୁବନେଶ୍ଵରର ସ୍ଥାନର ରହିଛି ୨୨। ସେହିପରି ଏହି ତାଲିକାରେ ଘରୋଇ ଅନୁଷ୍ଠାନ ସୋଆ ବିଶ୍ଵବିଦ୍ୟାଳୟର ଆଇଟିଇଆର ଇଞ୍ଜିନିୟରିଂ କଲେଜର ସ୍ଥାନ ୩୪ ଥିବା ବେଳେ କିଟ୍‌ ୪୨ ଏବଂ ସିଭି ରମଣ କଲେଜ୍‌ ୯୩ ମ ସ୍ଥାନ ଦଖଲ କରିଛନ୍ତି।

ଦେଶରେ ଏକ ନମ୍ବର ଟେକ୍ନିକାଲ୍‌ ପ୍ରତିଷ୍ଠାନ ଭାବେ ଆଇଆଇଟି ମାଡ୍ରାସ୍‌ ରହିଥିବା ବେଳେ ଆଇଆଇଟଇ ଦିଲ୍ଲୀ ଏବଂ ଆଇଆଇଟି ବମ୍ବେ ଯଥାକ୍ରମେ ଦ୍ଵିତୀୟ ଏବଂ ତୃତୀୟ ଶ୍ରେଷ୍ଠ ଟେକ୍ନିକାଲ୍‌ ପ୍ରତିଷ୍ଠାନ ଭାବେ ଭାରତ ସରକାରଙ୍କ ମାନବସମ୍ବଳ ବିକାଶ ମାନ୍ୟତା ପ୍ରଦାନ କରିଛନ୍ତି।

ରାଜ୍ୟର  ଶ୍ରେଷ୍ଠ ମ୍ୟାନେଜ୍‌ମେଣ୍ଟ କଲେଜ୍‌

ଦେଶରେ ସବୁଠାରୁ ଶ୍ରେଷ୍ଠ ମ୍ୟାନେଜ୍‌ମେଣ୍ଟ କଲେଜ ଭାବେ ଆଇଆଇଏମ୍‌ ଅହମ୍ମଦାବାଦର ନାମକୁ ବାଛିଛନ୍ତି ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ। ଏହା ତଳକୁ ଆଇଆଇଏମ୍‌ ବାଙ୍ଗାଲୋର ଏବଂ ଆଇଆଇଏମ୍‌ କୋଲକାତା ରହିଛି।

ଓଡ଼ିଶାରୁ ଏହି ତାଲିକାରେ  ଜାଭିଏର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ( ଏକ୍ସଆଇଏମ୍‌ବି) ୩୧ତମ ସ୍ଥାନ ଦଖଲ କରିଥିବା ବେଳେ କିଟ୍‌ ୩୨ତମ ସ୍ଥାନ ଦଖଲ କରିଛି। ଭୁବନେଶ୍ଵରସ୍ଥିତ ଇଣ୍ଟରନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି।

Leave a Reply

Your email address will not be published.