ରାଜ୍ୟରେ ସଂକ୍ରମଣ କମିଛି, ଆଗାମୀ ୨ରୁ ୩ ମାସ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ସଂକ୍ରମଣ କମିଛି । ତଥାପି ଆଗାମୀ ଦୁଇ ରୁ ତିନି ମାସ ଆମକୁ ସତର୍କ ରହିବାକୁ ପଡ଼ିବ । କୋଭିଡ ନିୟମ, ମାକ୍ସ ପିନ୍ଧିବା, ସାମାଜିକ ଦୂରତା, ଇଣ୍ଡୋର ଗ୍ୟାଦେରିଙ୍ଗକୁ ରୋକିବାକୁ ପଡିବ ।  ନହେଲେ ରାଜ୍ୟରେ କମିଥିବା ସଂକ୍ରମଣ ପୁଣି ଥରେ ବଢିବାର ସମ୍ଭାବନା ରହିଛି । ଏପରି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ସାମଗ୍ରୀକ ସ୍ଥିତିକୁ ଦେଖି ସମ୍ପୂର୍ଣ୍ଣ ଅନଲକ୍ ବିଷୟରେ ଚିନ୍ତା କରାଯିବ । କୋଭିଡ ଡେଥ ଅଡ଼ିଟ କିଛି ବାକି ଅଛି । ସମସ୍ତ ଡେଥ ରିପୋର୍ଟ ଅଡ଼ିଟ କରାଯିବା ପରେ ମୃତକଙ୍କ ସଂଖ୍ୟା ଦର୍ଶାଯିବ । କୋଭିଡରେ ଯେଉଁମାନେ ମୃତ୍ୟୁ ବରଣ କରୁଛନ୍ତି ସେମାନଙ୍କୁ ଡେଥ ସାର୍ଟିଫିକେଟ ଦିଆଯାଉଛି । ସେଥିରେ କିଛି ଅସୁବିଧା ନାହିଁ । କୋଭିଡ ଡେଥକୁ ସାର୍ଟିଫିକେଟରେ ଲେଖିବାର କୌଣସି ଆଧାରନାହିଁ । ସେହିପରି କରୋନା ସଂକ୍ରମଣ କିଛି ଜିଲ୍ଲାରେ ଅଧିକ ରହିଥିଲେ ବି ପୂର୍ବ ତୁଳନାରେ କମିଛି । ଯାହାକି ଏକ ଶୁଭ ସଙ୍କେତ । ତଥାପି ରାଜ୍ୟ ସରକାର ପକ୍ଷରୁ ଲଗାତର ଭାବେ ସର୍ଭେଲାନ୍ସ କରାଯାଉଛି ।

Leave a Reply

Your email address will not be published. Required fields are marked *