Advertisements

ଫାଇନ୍ ଗଣିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର, (ଓଡିଶା ଟାଇମ୍) : ପିସିସି ସଭାପତିଙ୍କୁ ୫ ଶହ ଟଙ୍କା ଫାଇନ୍। ମାଷ୍ଟର କ୍ୟାଣ୍ଟିନ୍‌ରେ ବିକ୍ଷୋଭ ବେଳେ ସାମାଜିକ ଦୂରତା ନିୟମ ଉଲଂଘନ କରି ପିସିସି ସଭାପତି ୫ ଶହ ଟଙ୍କା ଜରିମାନା ଦେଇଛନ୍ତି।

କରୋନା ମହାମାରୀ ପାଇଁ ସାରା ରାଜ୍ୟରେ ଗାଇଡଲାଇନ୍ ଜାରି କରିଛନ୍ତି ସରକାର । ଏହାରି ମଧ୍ୟରେ ବିକ୍ଷୋଭ ବେଳେ ସାମାଜିକ ଦୂରତା ଦୂରତା ଭାଙ୍ଗି ଫାଇନ୍ ଗଣିଛନ୍ତି ବଡ ନେତା । ସେ ଆଉ କହି ନୁହନ୍ତି, ବରଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ବେଳେ ସାମାଜିକ ଦୂରତା ଭଙ୍ଗ କରିବାକୁ ୫୦୦ ଟଙ୍କା ଫାଇନ୍ ଦେଇଛନ୍ତି ନିରଞ୍ଜନ । ନିରଞ୍ଜନଙ୍କ ସମେତ ୭ ଦଳର ନେତା ଫାଇନ୍ ଦେଇଛନ୍ତି ।

ତେବେ ରାଜ୍ୟ କଂଗ୍ରେସରେ ଏବେ ଉତ୍ତେଜନା ସୃଷ୍ଟି ହୋଇଛି । କିଛିଦିନ ତଳେ କଂଗ୍ରେସ ଭବନରେ କଂଗ୍ରେସ ସହିତ ୧୩ଟି ରାଜନୈତିକ ଦଳ ବିକ୍ଷୋଭ କରିଥିଲେ । ଏହା ପୂର୍ବରୁ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସାମାଜିକ ଦୂରତା ଭଙ୍ଗ କରି ଫାଇନ୍ ଗଣିଥିଲେ ।

Advertisements

Leave a Reply