ଶୀତକାଳୀନ ରେଳ ସୁରକ୍ଷାରେ ଟ୍ରାକ୍‍ମ୍ୟାନଙ୍କ ଭୂମିକା

0
9

ଭୁବନେଶ୍ୱର, (ଓଟି): ଟ୍ରେନରେ ଯାତ୍ରୀମାନଙ୍କ ନିରାପତ୍ତାକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ଆସୁଛି ଭାରତୀୟ ରେଳ । ଶୀତରାତିର କୁହୁଡ଼ି ଏଥିପାଇଁ ଏକ ଆହ୍ୱାନ । କିନ୍ତୁ ଏ ଆହ୍ୱାନକୁ ସ୍ୱୀକାର କରି ପୂର୍ବତଟ ରେଳବାଇ ପକ୍ଷରୁ ମୁତ୍ତୟନ କରାଯାଇଛଇ ସ୍ୱତନ୍ତ୍ର ନାଇଟ୍‍ ପ୍ୟାଟ୍ରୋଲିଂ ଦଳ । ଯାହା ଫଳରେ ସୁରକ୍ଷା ଓ ନିରାପତ୍ତା ନିଶ୍ଚିତ ହୋଇପାରିଛି । ଏକ ରିପୋର୍ଟ ।

ଦେହରେ ଫେ୍‍ରୋସେଣ୍ଟ ରଙ୍ଗର ଜ୍ୟାକେଟ୍‍, ମୁଣ୍ଡରେ କ୍ୟାପ୍‍, ଗ୍ଲୋଭ୍‌ସ ପିନ୍ଧା ହାତରେ ବିଟର, କ୍ରୋବାର, ମୁଦ୍ରା ଆକୃତିର ମେରୁନ ରଙ୍ଗର ଡିଟୋନେଟର, ଫ୍ଲାସ୍ ସିଗ୍ନାଲ୍ ଲାଇଟ୍, ହୁଇସିଲ୍ ଧରି ନିଃଶବ୍ଦ ଅନ୍ଧାର ରାତିରେ ଚାଲୁଛନ୍ତି ଟ୍ରାକ୍‍ମ୍ୟାନ୍‍ । ହାଡ଼ ଭଙ୍ଗା ଶୀତ କି ଅନ୍ଧାରୁଆ ରାତିରେ କୁହୁଡ଼ିର ବଳୟ ତାଙ୍କୁ ଅଟକାଇପାରେନା । ଖାଲି ଯାହା ଅଟକାଏ ତାହା ହେଲା ଆସୁଥିବା ଟ୍ରେନକୁ ସୁରକ୍ଷିତ ପାର କରାଇବା ପ୍ରସଙ୍ଗ ।
ଟ୍ରେନ୍‍ରେ ବସିଥିବା ଯାତ୍ରୀ ହୁଏତ ଏହା ଜାଣି ପାରେ ନାହିଁ କିନ୍ତୁ ଚଳାଉଥିବା ପାଇଲଟ୍‍ ସବୁବେଳେ ଖୋଜୁଥାଏ ତାଙ୍କରି ଟର୍ଚର ସଙ୍କେତକୁ । କାରଣ ସ୍ପଷ୍ଟ ଦିଶୁନଥିବା ଘନ କୁହୁଡ଼ି ରାତିରେ ଏହିମାନେ ହିଁ ଟ୍ରେନ୍‍କୁ ଠିକଣା ମାର୍ଗ ଦେଖାନ୍ତି, ଆଗକୁ ଟଆକ୍‍ର ସ୍ଥିତି ବିଷୟରେ ଜଣାଇ ଦିଅନ୍ତି । କ୍ଷସମାନଙ୍କ ସଘେଙ୍କତ ଦ୍ୱାରା ଗାଡ଼ି ଚାଳକ ଜାଣିପାରନ୍ତି ଯେ ଟ୍ରେନଟି ଏକ ସମ୍ବେଦନଶୀଳ ଅଂଚଳ ଦେଇ ଗତି କରୁଛି କି ନା! ଏହାବାଦ୍‍ ଫିସ୍ ପ୍ଲେଟରେ ଯଦି କୌଣସି ତ୍ରୁଟି ରହିଥାଏ, ସ୍କ୍ରୁ ସଠିକ୍ ଯାଗାରେ ନଥାଏ ତେବେ ଏହି ରାତ୍ରୀକାଳୀନ ପ୍ୟାଟ୍ରୋଲିଂ ଦଳର ସଦସ୍ୟ ତାଙ୍କୁ ସଙ୍କେତ ଦିଅନ୍ତି ।

ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ମନରେ ରଖି ୯ କିଲୋମିଟର ଟ୍ରାକ୍‍ର ଉଭୟ ପାଶ୍ୱର୍କୁ ଯାଞ୍ଚ କରି ଚାଲିଥାଆନ୍ତି ଏହି ନାଇଟ୍‍ ପ୍ୟାଟ୍ରୋଲିଂ ଟ୍ରାକ୍‍ମ୍ୟାନ୍‍ ।

ଯଦି ଟ୍ରାକ୍ରେ କୌଣସି ଫାଟ କିମ୍ବା କ୍ଷୟକ୍ଷତି ରହିଥାଏ ତେବେ ରାତ୍ରୀକାଳିନ ପେଟ୍ରୋଲ ଟିମ୍ ଟ୍ରେନ୍ ଚଳାଚଳକୁ ସୁଗମ କରିବା ପାଇଁ ତାହାକୁ ତତକାଳ ମରାମତି କରିିଥାନ୍ତି ଓ ଯଦି ମରାମତି ପାଇଁ ସମୟ ଅଧିକ ଦରକାର ପଡ଼ୁଥାଏ ତେବେ ଆସୁଥିବା ଟ୍ରେନକୁ ଲାଲ୍ ଆଲୋକ ସଙ୍କେତ ଦେଖାଇ ବନ୍ଦ କରିଥାନ୍ତି । ଘନ କୁହୁଡ଼ି ଅବସ୍ଥାକୁ ଅନୁଧ୍ୟାନ କରି ପାଟ୍ରୋଲିଂମ୍ୟାନ୍ ସଜାଗ ରହିବା ଉଚିତ୍ । ଯଦି ଆସୁଥିବା ଟ୍ରେନ୍ଟି ପ୍ରଭାବିତ ସ୍ଥାନରେ ଅଳ୍ପ ସମୟ ମଧ୍ୟରେ ଆସି ପହଞ୍ଚିବା ଥାଏ ତେବେ ପାଟ୍ରୋଲିଂମ୍ୟାନମାନେ ପ୍ରଥମେ ୬୦୦ ମିଟର ଦୂରରୁ ଡ଼ିଟୋନେଟର ବ୍ୟବହାର କରିବେ, ତାପରେ ପ୍ରଭାବିତ ସ୍ଥାନ ଠାରୁ ୨୭୦ ମିଟର ଦୂରରୁ ଡିଟୋନେଟର ପ୍ରୟୋଗ କରି ଟ୍ରେନ୍ ଚାଳକଙ୍କୁ ସୂଚିତ କରାଇଥାନ୍ତି ।

ଯେତେବେଳେ ଟ୍ରେନ ଏହା ଉପର ଦେଇ ଯିବ ସେତେବେଳେ ଏହା ପ୍ରଚଣ୍ଡ ଶବ୍ଦ କରି ଡ଼୍ରାଇଭରଙ୍କୁ ସଜାଗ କରାଇବା ସହ ଟ୍ରେନର ଗତିକୁ କମ୍ କରିବା ପାଇଁ ·ଳକଙ୍କୁ ପରାମର୍ଶ ଦେବେ । ଡ଼ିଟୋନେଟର ଓ ଅନ୍ୟାନ୍ୟ ନିରାପତ୍ତା ଉପକରଣ ବ୍ୟବସ୍ଥା ଦ୍ୱାରା ଲୋକୋ ପାଇଲଟ୍ ମାନେ ବହୁତ ସହାୟତା ପାଇଥାନ୍ତି ଯଦ୍ୱାରା ସେମାନେ ନିଜକୁ ସଚେତନ କରାଇବା ସହ ବିପଦକୁ ଏଡ଼ାଇ ପାରିଥାନ୍ତି।

ପୂର୍ବତଟ ରେଳପଥ ପକ୍ଷରୁ ଶୀତ ଋତୁରେ ରାତ୍ରୀକାଳିନ ପାଟ୍ରୋଲିଂମ୍ୟାନକୁ ଉପଯୁକ୍ତ ତାଲିମ ପ୍ରଦାନ ସହିତ ସେମନଙ୍କ କାର୍ଯ୍ୟକୁ ଅନୁଧ୍ୟାନ କରିଥାଏ । ଘନ କୁହୁଡ଼ି ସମୟରେ ଟ୍ରେନ ଚଳାଚଳକୁ ସୁଗମ କରିବା ଏବଂ ଯାତ୍ରୀମାନଙ୍କର ସୁରକ୍ଷା ପାଇଁ ଲୋକୋ ପାଇଲଟ୍ମାନଙ୍କୁ ସେମାନଙ୍କ ଟ୍ରେନର ବେଗକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଆଯାଉଛି । ଏହି ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ରେଳପଥର ଅଧିକାରୀ ତଥା ନିରାପତ୍ତା ପରାମର୍ଶଦାତାଙ୍କ ଦ୍ୱାରା ଏହାର ରନିଂ ଷ୍ଟାଫମାନଙ୍କୁ ପରାମର୍ଶ ଦିଆଯାଇ ବିଭିନ୍ନ ପ୍ରକାର ସାବଧାନତା ଅବଲମ୍ବନ କରାଯାଉଛି । ବିଳମ୍ବିତ ରାତ୍ରୀ ଓ ପ୍ରାତଃ ସମୟ (ମଧ୍ୟ ରାତ୍ରରୁ ସକାଳ ୭ ଘଣ୍ଟା) ପର୍ଯ୍ୟନ୍ତ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଥିବା ଫୁଟ୍ ପ୍ଲେଟ୍ ନୀରିକ୍ଷଣ ଓ ଆପାତକାଳୀନ ଯାଞ୍ଚ୍ ବ୍ୟବସ୍ଥା ଗ୍ରହଣ କରାଯାଉଛି ।


ଯେହେତୁ ଯାତ୍ରୀମାନଙ୍କର ସୁରକ୍ଷା ରେଳପଥର ପ୍ରାଥମିକ ଦାୟିତ୍ୱ ତେଣୁ କୁହୁଡ଼ି ସମୟରେ ଲୋକୋ ପାଇଲଟ୍ମାନଙ୍କୁ ଉପଯୁକ୍ତ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି । ଯେତେବେଳେ ଜଣେ ଲୋକୋ ପାଇଲଟ୍ ବିଚାର କରିବେ ଯେ କୁହୁଡ଼ି ଯୋଗୁଁ ରାସ୍ତା ଠିକ୍ ଭାବେ ଦେଖାଯାଉନାହିଁ ସେ ସମୟରେ ସେ କର୍ତ୍ତୃପକ୍ଷଙ୍କୁ କେତେ ଗତିରେ ଟ୍ରେନ ଚଳାଇବେ ତାହା ପଚାରିବେ ଏବଂ କେତେ ଗତିରେ ଗଲେ ସେ ଟ୍ରେନ୍କୁ ଆବଶ୍ୟକତା ଅନୁସାରେ ରୋକିପାରିବେ ସେ ବିଷୟରେ ନିଜେ ନିଷ୍ପତ୍ତି ନେଇପାରିବା। ଏପରି ସ୍ଥଳେ ଟ୍ରେନର ଗତିବେଗ ଘଂଟା ପ୍ରତି ୬୦ କିମିରୁ ଅଧିକ ହେବା ଉଚିତ୍ ନୁହେଁ । ଏଥିପାଇଁ ଲୋକୋ ପାଇଲଟ୍‌ ତଥା ଗାର୍ଡ଼ମାନଙ୍କୁ ଉପଯୁକ୍ତ ପରାମର୍ଶ ପ୍ରଦାନ କରାଯାଇଛି ଯେ ଘନ କୁହୁଡ଼ି ସମୟରେ ଯାତ୍ରୀମାନଙ୍କ ସୁରକ୍ଷାକୁ ଯେପରି ସୁନିଶ୍ଚିତ କରାଯାଇପାରିବ ସେଥିପ୍ରତି ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିିବା ଆବଶ୍ୟକ ।

ଷ୍ଟେସନ ମ୍ୟାନେଜରମାନଙ୍କୁ ଉପଯୁକ୍ତ ଡିଟୋନେଟର ଯୋଗାଇ ଦିଆଯାଇଛି ଓ ପରାମର୍ଶ ଦିଆଯାଇଛିଯେ ଯଦି ରାସ୍ତା ଭଲ ଭାବରେ ଦେଖାଯାଉନାହିଁ ତେବେ ସେମାନେ ଡ଼ିଟୋନେଟରକୁ ପ୍ରୟୋଗ କରିପାରିବେ । ଷ୍ଟେସନ୍, କ୍ୟାବିନ୍ ଓ ଗେଟ୍ରେ ନିୟୋଜିତ ଥିବା ରେଳ କର୍ମଚାରୀମାନଙ୍କୁ ଡ଼ିଟୋନେଟର ପ୍ରୟୋଗ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଟ୍ରେନର ଗାର୍ଡ଼ମାନଙ୍କୁ ମଧ୍ୟ ଘନ କୁହୁଡ଼ି ଥିବା ସମୟରେ ଫ୍ଲାସର ଲ୍ୟାମ୍ପ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ କୁହୁଡ଼ି ସମୟରେ ଗାର୍ଡ଼ ଲୋକୋ ପାଇଲଟଙ୍କ ଗତିକୁ ଜଗିବା ପାଇଁ କୁହାଯାଇଛି ।

ଲେଭଲ୍ କ୍ରସିଂ ଗୁଡ଼ିକରେ ଲୁମିନସ୍ ଇଣ୍ଡିକେସନ ଷ୍ଟ୍ରିପ୍ ସହିତ ଲିଫ୍ଟିଂ ବ୍ୟାରିଅରର ବ୍ୟବସ୍ଥା କରାଯାଇଛି। ଟ୍ରେନ୍‌ର ପଛ ପାଶ୍ୱର୍ରେ ଏଲଇଡ଼ିଭିତିକ ଫ୍ଲାସ୍ ଟେଲ୍ ଲାଇଟ୍ ସହିତ ଫ୍ଲାସିଂ ଲାଲ୍ ଟେଲ୍ ଲ୍ୟାମ୍ପ ଓ ଲୁମିନସ୍ ଇଣ୍ଡିକେସନ୍ ଷ୍ଟ୍ରିପ୍ ଲଗାଯାଇଛି ।