ଦୟା ବେନଙ୍କ ପରେ ସୋନୁଙ୍କର ଛୁଟି
ଟେଲି ଦୁନିଆର ଲୋକପ୍ରିୟ ଫ୍ୟାମିଲି ଶୋ’ ‘ତାରକା ମେହେତା କା ଉଲଟା ଚଷମା’ର ପ୍ରଶଂସକଙ୍କ ପାଇଁ ଆଉ ଏକ ନିରାଶଜନକ ଖବର । ଦୟା ବେନ୍ଙ୍କ ପରେ ଶୋ’ରୁ ସୋନୁଙ୍କ ଭୂମିକାରେ ଥିବା ନିଧି ଭାନୁଶାଳୀ ମଧ୍ୟ ବିଦାୟ ନେବେ ବୋଲି ଖବର ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ ନିଧି ଏହି ଶୋ’କୁ ବାଦ୍ ଦେଇ ଏବେ ନିଜ ପାଠପଢାକୁ ଅଧିକ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି । ତେଣୁ କାହାଣୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଆଗାମୀ ଦିନରେ ସୋନୁ ଅଧିକ ପାଠପଢା ପାଇଁ ବିଦେଶ ଯିବେ ବୋଲି ଶୋ’ରେ ଦେଖିବାକୁ ମିଳିବ । ଇତିମଧ୍ୟରେ ସୋନୁଙ୍କ ଭୂମିକା ପାଇଁ ନୂଆ ଅଭିନେତ୍ରୀଙ୍କ ଅଡିସନ୍ ଜାରି ରହିବ ।
ସୂଚନାଯୋଗ୍ୟ ସୋନୁଙ୍କ ଭୂମିକାରେ ନିଧିଙ୍କ ପୂର୍ବରୁ ଥିଲେ ଝିଲ୍ ମେହେତା । ୨୦୧୨ରେ ନିଧି ‘ସୋନୁ’ ଭୂମିକାରେ ଅଭିନୟ ଆରମ୍ଭ କରିଥିଲେ । ତେବେ କଥା ହେଉଛି ଶୋ’ ନିର୍ମାତା ଅସିତ୍ ଆଗାମୀ ଦିନରେ ଦୟା ବେନ୍ ଓ ସୋନୁ ଚରିତ୍ର ପାଇଁ ଅଡିସନ୍ ଆରମ୍ଭ କରିବେ । ସେହି ଅନୁୟାୟୀ କାହାଣୀରେ ମଧ୍ୟ ଅନେକ କିଛି ପରିବର୍ତ୍ତନ କରାଯିବ । ତେବେ ନୂଆ ଚେହେରା ଓ ନୂଆ କାହାଣୀ କେତେଦୂର ଦର୍ଶକଙ୍କୁ ପସନ୍ଦ ହେବ, ତାହା କେବଳ ସମୟ ହିଁ କହିବ ।