ଆନିମେସନ୍ ଫିଲ୍ମରେ ନିକ୍ ଜୋନ୍ସ

ଦେଶୀଗାର୍ଲ ପିସିରୁ ଗ୍ଲୋବାଲ୍ ତାରକା ସାଜିଥିବା ପ୍ରିୟଙ୍କା କୌଣସି ନା କୌଣସି ଖବର ପାଇଁ ଲାଇମଲାଇଟରେ ରହି ଆସିଛନ୍ତି । ନିକଙ୍କ ସହିତ ଆଉଟିଙ୍ଗ୍ ହେଉ କିମ୍ବା ମ୍ୟୁଜିକ୍ ଭିଡିଓ, ସମସ୍ତ ଅପଡେଟ୍ ଖବର ପିସି ତାଙ୍କ ପ୍ରଶଂସକଙ୍କ ସହିତ ଇନଷ୍ଟାଗ୍ରାମ୍ ମାଧ୍ୟମରେ ସେୟାର୍ କରିଥାନ୍ତି । ଏହି ଧାରାରେ ଏବେ ପିସିଙ୍କ ପକ୍ଷରୁ ଆଉ ଏକ ଖୁସି ଖବର ଶୁଣିବାକୁ ମିଳିଛି ଯେ ନିକ୍ ହଲିଉଡ୍ର ଏକ ଆନିମେସନ୍ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି । ସେହି ଆନିମେସନ୍ ପ୍ରୋଜେକ୍ଟର ନାମ ରଖାଯାଇଛି ‘ଅଗଲି ଡଲସ୍’ । ଏହାକୁ ଆମେରିକାର କମ୍ପୁଟର ଆନିମେଟେଡ୍ ମ୍ୟୁଜିକାଲ୍ କମେଡ଼ି ଫିଲ୍ମ ଭାବେ ପ୍ରସ୍ତୁତ କରାଯାଉଛି । କାହାଣୀ ଅନୁଯାୟୀ ଅଗଲି ଡଲସ୍ ତା’ର ନିଜ ସାଙ୍ଗମାନଙ୍କ ସହିତ ପାହାଡ଼କୁ ଯାଇଥାନ୍ତି ଏବଂ ସେଠାରେ ତାଙ୍କର ସାକ୍ଷାତ ହୋଇଥାଏ ‘ଲାଓ’ ନାମକ ଏକ ଚରିତ୍ର ସହିତ । ସେହି ଲାଓ ନାମକ ଚରିତ୍ର ପାଇଁ ନିକ୍ ନିଜ ସ୍ୱର ଦେବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ କିଛିଦିନ ପୂର୍ବରୁ ନିକ୍ ଓ ପିସିଙ୍କ ମ୍ୟୁଜିକ୍ ଭିଡିଓ ‘ସଫର୍’ ରିଲିଜ୍ ହୋଇଥିଲା । ଜୋନ୍ସ ବ୍ରଦର୍ସଙ୍କର ଏହି ଭିଡିଓ ବିଲବୋର୍ଡ଼ ୧୦୦ ସଙ୍ଗ୍ ତାଲିକାର ଶୀର୍ଷସ୍ଥାନ ହାସ କରିଥିଲା, ଯେଉଁଥିରେ ଦର୍ଶକ ନିକ୍ ଓ ପିସିଙ୍କର ରୋମାଣ୍ଟିକ୍ ଝଲକ ଦେଖିବାକୁ ପାଇଥିଲେ । ତେବେ ନିକଙ୍କର ଆଗାମୀ ଆନିମେସନ୍ ପ୍ରୋଜେକ୍ଟ ମଧ୍ୟ ସଫଳ ହେବ ବୋଲି ପିସିଙ୍କ ସହିତ ତାଙ୍କ ପ୍ରଶଂସକମାନେ ଶୁଭକାମନା ଜଣାଇଛନ୍ତି ।

Leave a Reply

Your email address will not be published.