ନେହା କକ୍କଡ଼୍ – ୩ଦିନରେ ୩୦ଲକ୍ଷ ଭ୍ୟୁ

ଆଜିକାଲି ସିଙ୍ଗର୍ ନେହା କକ୍କଡ଼୍ ସୋସିଆଲ୍ ମିଡିଆରେ ଛାଇ ଯାଇଛନ୍ତି । ବୟଫ୍ରେଣ୍ଡ୍ ହିମାଂଶ କୋହଲିଙ୍କ ସହିତ ବ୍ରେକ୍ଅପ୍ ହେଉ କିମ୍ବା ଡ୍ୟାନ୍ସ ଭିଡିଓ, ନେହାଙ୍କ ଚର୍ଚ୍ଚା ଏବେ ସବୁଠାରୁ ଅଧିକ । ନେହା ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ସେୟାର୍ କରିଥିଲେ ।

ସେୟାର୍ ହେବାର ୩ଦିନ ମଧ୍ୟରେ ଏହାକୁ ୩୦ ଲକ୍ଷ ଭ୍ୟୁ ମିଳିସାରିଛି । ଏହି ଭିଡିଓରେ ନେହାଙ୍କ ସହିତ ଆଉ ୩ଜଣଙ୍କୁ ଦେଖିବାକୁ ମିଳିଛି । ସମସ୍ତେ କଳା ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି ଏବଂ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍ ଭାବେ ଢୋଲର ଆୱାଜ୍ ଶୁଣିବାକୁ ମିଳୁଛି । ଢୋଲର ତାଳେ ତାଳେ ନେହା ଖୁବ୍ ମସ୍ତିରେ ଡ୍ୟାନ୍ସ କରିଛନ୍ତି । ନେହାଙ୍କ ଏଭଳି ମସ୍ତିଭରା ଅନ୍ଦାଜ୍ ପ୍ରଶଂସକଙ୍କ ସହିତ ସୋସିଆଲ୍ ମିଡିଆର ୟୁଜର୍ସଙ୍କୁ ଖୁବ୍ ପସନ୍ଦ ହୋଇଛି । କିଛି ପ୍ରଶଂସକ ଏହାର ପ୍ରଶଂସା କରିଥିବାବେଳେ ଆଉ କେତେଜଣ ଏହାକୁ ଫନି ଭିଡିଓ ବୋଲି କହିଛନ୍ତି ।

Leave a Reply

Your email address will not be published.