#କୋଭିଡ୍-୧୯: ନିୟମ ମାନି ଭଲ ଅଛନ୍ତି ନୀତି

ମୁମ୍ବାଇ(ଓଟି): ଅଷ୍ଟ୍ରେଲିଆ ଯାଇଥିଲେ। କରୋନା ଆତଙ୍କରୁ ଅଧାରୁ ଫେରିଲେ। ଭୟ ଥିଲା ଅସରନ୍ତି। କିନ୍ତୁ ଏଠାରେ ସତର୍କତାମୂଳକ ଭାବେ ନିୟମ ମାନି ୧୪ ଦିନ ଆଇସୋଲେସନ୍‌ରେ ରହିବା ପରେ ସେ ଭଲ ଅଛନ୍ତି। ଏଭଳି ଅନୁଭୂତି ପ୍ରକାଶ କରିଛନ୍ତି ଗାୟିକା ନୀତି ମୋହନ। ଛୁଟି କାଟିବା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ ନୀତି। ତେବେ ଯୋଜନା ପୂର୍ବରୁ ଭାରତ ଫେରିବାକୁ ପଡ଼ିଲା। ଭୟର ପରିଧି ମଧ୍ୟରେ ତାଙ୍କ ଗସ୍ତ ସବୁ ମଜାକୁ ମଳିନ କରିଦେଇଥିଲା।

ନୀତି କହିଛନ୍ତି ଯେ ସେ ତାଙ୍କ ସ୍ୱାମୀ ନିହାର ପାଣ୍ଡ୍ୟା ଏବଂ ଭଉଣୀ ମୁକତି ଓ ଶକ୍ତି ମୋହନଙ୍କ ସହ ଅଷ୍ଟ୍ରେଲିଆ ଯାଇଥିଲେ। ତେବେ କରୋନା ପାଇଁ ବାପା ମା’ ଫୋନ କରି ଶୀଘ୍ର ଭାରତ ଫେରିବାକୁ କହିଥିଲେ ଏବଂ ଲକଡାଉନ ହେବା ପୂର୍ବରୁ ଫେରି ଆସିଥିଲେ। ସେପଟେ ଅଷ୍ଟ୍ରେଲିଆରେ ହଠାତ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା। ତେଣୁ ଭୟ ବଢ଼ିଯାଇଥିଲା। ତେଣୁ ମାର୍ଚ୍ଚ ୧୭ରେ ଭାରତ ଫେରିବା କାର୍ଯ୍ୟକ୍ରମ ଥିଲେ ମଧ୍ୟ ୧୨ରେ ଭାରତରେ ପହଞ୍ଚିଥିଲେ।

ଭାରତ ଆସିବା ପରେ ନୀତି ମୋହନ ୧୪ ଦିନ ଆଇସୋଲେସନରେ ରହିଥିଲେ ଏବଂ ଅବଧି ସରିବାର ପରେ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି।

 

Leave a Reply

Your email address will not be published.