ହ୍ୱିଲ୍ ଚେୟାରରେ ନୀଲ୍ ନିତିନ୍, ଫଟୋ ଭାଇରାଲ୍

ବଲିଉଡର ଦକ୍ଷ ଅଭିନେତା ନୀଲ୍ ନିତିନ୍ ମୁକେଶ୍ ଏବେ ହ୍ୱିଲ୍ ଚେୟାରରେ ବସିଛନ୍ତି । ଏ ସମ୍ପର୍କିିତ ଖବର ଏବଂ ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । କିନ୍ତୁ ନୀଲଙ୍କୁ ଏ ଅବସ୍ଥାରେ ଦେଖି ତାଙ୍କର ପ୍ରଶଂସକ ଖୁସି ଅଛନ୍ତି । କାହିଁକି ଜାଣିଛନ୍ତି କି? ଏହାର କାରଣ ହେଉଛି ଏସବୁ ରିଏଲ୍ ଲାଇଫରେ ନୁହେଁ ରିଲ୍ ଲାଇଫ୍ ପାଇଁ ହେଉଛି ଏବଂ ଖୁବ୍ ଶୀଘ୍ର ନିଜ ପ୍ରିୟ ଅଭିନେତାଙ୍କୁ ପରଦା ଉପରେ ଦେଖିବା ପାଇଁ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

କହିରଖୁଛୁ କିଲର୍ ଥ୍ରୀଲର୍ ଫିଲ୍ମ ‘ବାଇପାସ୍ ରୋଡ୍’ ମାଧ୍ୟମରେ ନୀଲ୍ ପରଦା ଉପରକୁ ଆସିବେ । ତାଙ୍କର ଫାଷ୍ଟଲୁକ୍ ରିଲିଜ୍ କରାଯାଇଛି । ଏହି ପୋଷ୍ଟରରେ ନୀଲ୍ ହ୍ୱିଲ୍ ଚେୟାରରେ ବସିଥିବାର ଦେଖିବାକୁ ମିଳୁଛି ଏବଂ ପଛରେ ଛାଇ ଭଳି ରହିଛି ଛୁରୀ ଧରିଥିବା ଏକ ହାତ । ନୀଲ୍ ଭାଇ ନମନ ନିତିନ୍ ମୁକେଶଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆଗାମୀ ନଭେମ୍ବର ୧ ତାରିଖରେ ରିଲିଜ୍ ହେବ । ଏଥିରେ ନୀଲଙ୍କ ସହିତ ଅଦା ଶର୍ମା, ସମା ସିକନ୍ଦର, ଗୁଲ ପନାଗ, ସୁଧାଶୁଂ ପାଣ୍ଡେ ଓ ରଜତ୍ କପୁର୍ ସ୍କ୍ରୀନ୍ ସେୟାର୍ କରିବେ ।

Advertisements

Leave a Reply