ସିପିଆଇ କର୍ମୀଙ୍କୁ ପିଟିପିଟି ହତ୍ୟା କଲେ ନକ୍ସଲ

0
8

ମାଲକାନଗିରି (ଓଟି):ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ପୁଣି ନକ୍ସଲ ହିଂସା ପଦାକୁ ଆସିଛି। ସୁକ୍‌ମା ଜିଲ୍ଲା ବୋଡ୍‌କୋ ଗାଁର ଜଣେ କମ୍ୟୁନିଷ୍ଟ ପାଟି ( ସିପିଆଇ) କାର୍ଯ୍ୟକର୍ତ୍ତାଙ୍କୁ ନକ୍ସଲ୍‌ ବର୍ବରଭାବେ ହତ୍ୟା କରିଛନ୍ତି। ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।

ମୃତ ବ୍ୟକ୍ତିଙ୍କ ନାଁ ହେଉଛି କାଲମୁ ଧ୍ରୁବ। ତାଙ୍କ ପତ୍ନୀ ବୋଡକୋର ସରପଞ୍ଚ ଭାବେ କାର୍ଯ୍ୟକରନ୍ତି ବୋଲି  ସୁକ୍‌ମା ଏସ୍‌ପି ଅଭିଶେକ ମୀନା କହିଛନ୍ତି। 

ଗ୍ରାମବାସୀଙ୍କ ବୟାନ ଅନୁସାରେ ନକ୍ସଲ୍‌ମାନେ ତାଙ୍କୁ ଘରୁ ଉଠାଇ ନେଇ ପ୍ରଥମେ ଅମାନୁଷିକ ଭାବେ ପିଟିଥିଲେ। ବାଡ଼ିରେ ପିଟି ପିଟି ତାଙ୍କୁ ହତ୍ୟା କରିଥିଲେ। ନଭ୍ମେବର ୧୨ ତାରିଖରେ  ସୁକ୍‌ମା ଜିଲ୍ଲାରେ ନିର୍ବାଚନ ହେବାକୁ ଯାଉଛି। 

ଗତ ୫ ତାରିଖରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପପଲୁର ଅଞ୍ଚଳରେ ଏସ୍‌ଓଜି ଯବାନଙ୍କ ଗୁଳିରେ ୫ ନକ୍ସଲ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିଲେ।

Loading...