କନ୍ଧମାଳରେ ଆଉ ଏକ ମାଓବାଦୀ ନିହତ, ଅପରେଶନ ଜୋରଦାର

କନ୍ଧମାଳ, (ଓଡିଶା ଟାଇମ୍) : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତ ମାଓବାଦୀ ଜଣକ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ସଦସ୍ୟ ବୋଲି କୁହାଯାଉଛି ।

ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ଏହାସହ ଶିର୍ଲା ଅଞ୍ଚଳରେ ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛ।

ଗତ ରବିବାର ୪ ମାଓବାଦୀଙ୍କୁ ନିପାତ କରିବା ପରେ ମଧ୍ୟ କୁମ୍ବିଂ ଅପରେଶନ ଜାରି ରଖିଥିବା ସୁରକ୍ଷାକର୍ମୀ ପୁଣି ଏକ ମାଓବାଦୀକୁ ନିପାତ କରିବାରେ ସଫଳ ହୋଇଛନ୍ତି । ସିର୍ଲା ଜଙ୍ଗଲରେ ଏସଓଜି ଓ ଡିଭିଏଫ ଯବାନ ମିଳିତ ଭାବେ କୁମ୍ବିଂ ଚଳାଇଛନ୍ତି । ଏବେ ମଧ୍ୟ ଅପରେଶନ ଜାରି ରହିଛି ।

ଗତ ୫ ତାରିଖରେ ଶିର୍ଲା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ମାଓବାଦୀ ନିପାତ ହୋଇଥିଲେ । ମୃତ ମାଓବାଦୀମାନେ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ବୋଲି ଜଣାପଡ଼ିଥିଲା ।

Leave a Reply

Your email address will not be published.