ମୋଟର ଯାନ ଆଇନ: ତିନିମାସର ମହଲତ ଦେଲେ ମୁଖ୍ୟମନ୍ତ୍ରୀ

0
87
advertisement

ଭୁବନେଶ୍ଵର, (ଓଟି): ଜନସାଧାରଣଙ୍କୁ ତିନିମାସର ମହଲତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁ ଗାଡ଼ି ଚାଳକଙ୍କ ପାଖରେ ଆବଶ୍ୟକ କାଗଜପତ୍ର ନାହିଁ ସେମାନେ ସମୟରେ କାଗଜପତ୍ର ପ୍ରସ୍ତୁତ କରିନେବାକୁ ସୁଯୋଗ ଦିଆଯାଇଛି। ଏହି ସମୟ ଭିତରେ ରୂପାୟନ ଏଜେନ୍ସୀମାନଙ୍କୁ ଅତି ଉତ୍ସାହିତ ନହେବାକୁ ଏଥିରେ କୁହାଯାଇଛି। 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ସଂଶୋଧିତ ମୋଟରଯାନ ଆଇନ ଲାଗୁ ପରେ କିଛଇ ସ୍ଥାନରେ ଲୋକଙ୍କ ଉାତ୍ତଜନା ସାମ୍ନାକୁ ଆସିଛି। ବିଶେଷକରି ଭୁବନେଶ୍ଵରରେ ଏହିପରି ଘଟଣା ଘଟିଛି। ଏଣୁ ଲୋକଙ୍କୁ ସଂଶୋଧିତ ଆଇନ ଅନୁସାରେ ପ୍ରସ୍ତୁତ କରିବା ଲାଗି ବଆବଶ୍ୟକ ବ୍ୟବସ୍ଥା କରିବା ଲାଗି ସମ୍ପୃକ୍ତ ବିଭାଗକୁ ସରକାର ନିର୍ଦେଶ ଦେଇଛନ୍ତି। ଲୋକେ କିପରି ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିପାରିବେ ସେହି ଅନୁସାରେ ସୁବିଧା ସୁଯୋଗ ଯୋଗାଇବା, ଅନେକ ସ୍ଥାରେ ଆବଶ୍ୟକ କାଉଣ୍ଟର ଖୋଲିବା, ଲୋକଙ୍କୂ ସାଚେତନ କରିବା ଲାଗି ସମ୍ପୃକ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। 

ତିନିମାସ ପରେ ପୁଣିଥରେ ଏହିନିୟମକୁ ଲାଗୁ କରି ଆବଶ୍ୟକ କଟକଣା କରାଯିବା ନେଇ ସେ ସଙ୍କେତ ଦେଇଛନ୍ତି। ଏହାସହ ଗାଡ଼ି ଚାଳକଙ୍କୁ ନିରାପଦରେ ଗାଡ଼ି ଚଳନା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।