ଆଇଏଏସ୍‌ ଅଧିକାରୀ ବୁଝିବେ ମେଡିକାଲ୍‌ କଲେଜ ଓ ଡାକ୍ତରଖାନା ବିକାଶ କଥା

ଭୁବନେଶତ୍ଵର, (ଓଟି): ଏଣିକି ସିଡିଏମ୍‌ଓ ବା ମେଡିକାଲଥ ସୁପରିଣ୍ଟେଣ୍ଡେଣ୍ଟ ନୁହନ୍ତି ରାଜ୍ୟର ପ୍ରତିଟି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ଭିତ୍ତିଭୂମି ଓ ପ୍ରମୁଖ ପରିଚାଳନା ଭାର ଆଇଏଏସ୍‌ ଅଧିକାରୀମାନେ ବୁଝିବେ। ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ଵ ବଣ୍ଟନ କରିଛନ୍ତି। ଏହି ଅନୁସାରେ ରାଜ୍ୟର  ସମସ୍ତ ପ୍ରସ୍ତାବିତ ଏବଂ ପରିଚାଳିତ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ ଓ ପ୍ରମୁଖ ଡାକ୍ତରଖାନାସବୁ ସାମିଲ୍‌ ରହିଛି। କେବଳ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜକୁ ପୂର୍ବଭଳି ଡାକ୍ତରଙ୍କ ଦ୍ଵାରା ପରିଚାଳନା ପାଇଁ ଅନୁମତି ରହିଛି। ରାଜ୍ୟସରକାରଙ୍କ ଏହି ପଦକ୍ଷେପ ଦ୍ଵାରା ଚିକିତ୍ସା ଓ ଚିକିତ୍ସା ବିଜ୍ଞାନ ଶିକ୍ଷା ଭିତ୍ତିଭୂମି ଅଧିକ କ୍ରିୟାଶୀଳ ହେବା ଆଶା କରାଯାଇଛି। 

ପ୍ରକାଶୀତ ବିଜ୍ଞପ୍ତିରେ ପୁରୀ, ଭବାନୀପାଟଣା, କନ୍ଧମାଳ, ସୁନ୍ଦରଗଡ଼, ଅନୁଗୁଳ, ଯାଜପୁର ପ୍ରଭୃତି   ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ ବୋଲି ବଣ୍ଣନା କରାଯାଇଛି।

ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ   ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ର ଭିତ୍ତିଭୂମି ଓ ବିକାଶ ବାବଦରେ ଏଣିକି ମୁଖିଆ ହେବେ  ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ଡ.  କ୍ରିଷନ୍‌ କୁମାର।  

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ସୁରେଶଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ ଏବଂ ବୁର୍ଲା ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ର ବିକାଶ ଦାୟିତ୍ଵ ଗ୍ରହଣ କରିବେ। 

ଫକୀରମୋହନ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ଏବଂ ମୟୁରଭଞ୍ଜ ଏମ୍‌କେସିଜି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ଦାୟିତ୍ଵ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଉପରେ ନ୍ୟସ୍ତ କରାଯାଇଛି। 

କେନ୍ଦୁଝର ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ ଦାୟିତ୍ଵ ରାଜକୁମାର ଶର୍ମାଙ୍କୁ ନ୍ୟସ୍ତ କରାଯାଇଥିବାାବେଳେ ଯାଜପୁର ମେଡି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ଦାୟିତ୍ଵ ମୋନା ଶର୍ମାଙ୍କ ହାତରେ ନ୍ୟସ୍ତ କରାଯାଇଛି। 

ଅନୁଗୋଳ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ଦାୟିତ୍ଵ ଅନୁଗର୍ଗଙ୍କ ଉପରେ ନ୍ୟସ୍ତ କରାଯାଇଚି। ସେ ଏବେ ମହିଳା ଶିଶୁ କଲ୍ୟାଣ ଏବଂ ଇଏସ୍‌ଆଇ ସଚିବ ଅଛନ୍ତି। କନ୍ଧମାଳ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ ଏବଂ ବଲାଙ୍ଗୀରର ସନ୍ଥ ଭୀମଭୋଇ ମେଡିକାଲଥ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ର ଭିତ୍ତିଭୂମି ବିକାଶ ପାଇଁ ରାଜସ୍ଵ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଦାୟିତ୍ଵ ଦିଆଯାଇଛି। କୋରାପୁଟଠାରେ ଥିବା ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜ୍‌ ଓହସ୍‌ପିଟାଲ୍‌ ପାଇଁ ଅର୍ଥ ବିଭାଗ ମୁଖ୍ୟ ସଚିବ ଏକେ ମୀନାଙ୍କ ଦୁୟିତ୍ଵ ଦିଆଯାଇଥିବାବେଳେ ମୟଚରଭଞ୍ଜରେ ଥିବା ରଘୁନାଥ ମୁମୁର୍ର୍ ମେଡିକାଲ୍‌ କଲେଜ ଦାୟିତ୍ଵ ଜଳସମ୍ପଦ ବିଭାଗ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର, କଳାହାଣ୍ଡିଠାରେ ପ୍ରସ୍ତାବିତ ସରକାରୀ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ର ଭିତ୍ତିିଭୂମି ଦାୟିତ୍ଵ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଦାୟିତ୍ଵ ଦିଆଯାଇଛି। 

 

 

Leave a Reply

Your email address will not be published.