ଦିଲ୍ଲୀ ଦଙ୍ଗାରେ କ୍ଷତିଗ୍ରସ୍ତ କନଷ୍ଟେବଳ ଅନୀସଙ୍କୁ ନବୀନଙ୍କ ୧୦ ଲକ୍ଷ ଟଙ୍କା ସହାୟତା
ଭୁବନେଶ୍ଵର, (ଓଟି): ଦିଲ୍ଲୀ ଦଙ୍ଗାରେ କ୍ଷତିଗ୍ରସ୍ତ କନଷ୍ଟେବଳ ମହମ୍ମଦ ଅନୀସଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଙ୍ଗାରେ ତାଙ୍କ ଘର ପୋଡ଼ିଯାଇଥିବା ଜାଣିଲା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଟେଲିଫୋନ୍ରେ କଥା ହେବା ସହ ତାଙ୍କୁ ସାନ୍ତ୍ଵନା ଦେଇଛନ୍ତି। ଏହାସହ ତାଙ୍କ ପରିସ୍ଥିତିକୁ ସ୍ଵଭାବିକ କରିବା ଲକ୍ଷ୍ୟରେ ତାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯାଇଛି।
କନଷ୍ଟେବଳ ମହମ୍ମଦ ଅନୀସ ବିଏସ୍ଏଫ୍ର ୯ମ ବାଟାଲି୍ଅନ୍ କାର୍ଯ୍ୟରତ। ସେ ମାଲକାନଗିରି ଜିଲ୍ଲାରେ ଅବସ୍ଥାପିତ। ଏହି ସ୍ଵାଭିମାନ ଅଞ୍ଚଳର ସମସ୍ତ ସୁରକ୍ଷା ଦାୟିତ୍ଵ ବିଏସ୍ଏଫ୍ ଉପରେ ନ୍ୟସ୍ତ ହେବା ପରେ ଅନୀସ ଏଠାରେ ନିୟୋଜିତ ହୋଇଛନ୍ତି।
ନାଗରିକତ୍ତ୍ଵ ଆଇନର ସଂଶୋଧନକୁ ଭିତ୍ତିକରି ଦିଲ୍ଲୀରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ଦୁର୍ବୁର୍ତ୍ତମାନେ ତାଙ୍କ ଘର ପୋଡ଼ି ଦେଇଥିବା ଜଣାପଡ଼ିଛି।