୧୯୯୧ରେ ନରସିଂହ ରାଓ ଭଳି ୨୦୨୦ରେ ମୋଦୀ ସରକାର ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି

  • ଅର୍ଥନୀତିର ଅବସ୍ଥା ଏବଂ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ସମାନ

ଜି କରୋନା ସଂକ୍ରମଣ ସମୟରେ ଭାରତ ସରକାର ଲୋକଙ୍କ ଜୀବନ ତଥା ଅର୍ଥନୀତିକୁ ବଞ୍ଚାଇବା ପାଇଁ ଏକ ବଡ଼ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ଯଦି ଆମେ ଆଜିର ପରିସ୍ଥିତିକୁ ୧୯୯୧ର ପରିସ୍ଥିତି ସହିତ ତୁଳନା କରିବା, ତେବେ ଏହା ବୁଝିବା ସହଜ ହେବ । ବର୍ତ୍ତମାନ ଭଳି ସେ ସମୟରେ ତତ୍କକାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ନେତୃତ୍ୱରେ ଭାରତରେ ଉଦାରୀକରଣ କରାଯାଇଥିଲା । ସେହିଭଳି ଆଜି ମଧ୍ୟ ଭାରତ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କରୋନା ସ୍ଥିତିର ମୁକାବିଲା ପାଇଁ ବଡ଼ ଧରଣର ସଂସ୍କାଆଯାଉଛି । କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ୨୦ ଲକ୍ଷ କୋଟିର ଏକ ଆର୍ଥିକ ପ୍ୟାକେଜ୍ ଘୋଷଣା କରିସାରିଛନ୍ତି, ଯାହା ଭାରତୀୟ ଅର୍ଥନୀତିର ରୂପରେଖକୁ ବଦଳାଇ ଦେଇପାରେ ।

ମୋଦୀ ସରକାର କେଉଁ କ୍ଷେତ୍ରରେ ପ୍ରମୁଖ ସଂସ୍କାର କରିଛନ୍ତି ।

କୃଷି ଓ କୃଷକମାନଙ୍କ ପାଇଁ 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଘୋଷିତ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା ହେବାର ତୃତୀୟ ଦିନରେ ମୋଦୀ ସରକାର ଏହି ସଂସ୍କାର ପାଇଁ ସହମତ ହୋଇଥିଲେ ।   ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରେ ସଂଶୋଧନ କରାଯିବ ଯାହାକି କୃଷି କ୍ଷେତ୍ରରେ ନିୟନ୍ତ୍ରଣ ଏବଂ ଯୋଗାଣ ଏବଂ ଚାହିଦା ତ୍ରୁଟିର ସଂଶୋଧନ କରିବ । ଏପିଏମସି ମଣ୍ଡିର ଏକଚାଟିଆ କାରବାରକୁ ସମାପ୍ତ କରିବା, କୃଷକମାନଙ୍କୁ ନିଜ ଉତ୍ପାଦକୁ ନିଜ ମୂଲ୍ୟରେ ବିକ୍ରୟ କରିବାର ସ୍ୱାଧୀନତା ପ୍ରଦାନ କରିବ । ଏକ ଦୃଢ଼ କୃଷି ଉତ୍ପାଦନ ମୂଲ୍ୟ ସହାୟତା ପ୍ରଣାଳୀ ଲାଗୁ କରାଗଲେ କୃଷକମାନେ ସେମାନଙ୍କ ଉତ୍ପାଦ ପାଇଁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ପାଇପାରିବେ ।,

ଏହାଛଡ଼ା ଅର୍ଥମନ୍ତ୍ରୀ ଅପରେସନ୍ ଗ୍ରୀନ ଅଧୀନରେ ସମସ୍ତ ଫଳ ଓ ପରିବାକୁ ସ‍ବ୍‌ସିଡ଼ି ଯୋଗାଣ ବ୍ୟବସ୍ଥା ପାଇଁ ଘୋଷଣା କରିଛନ୍ତି । ଏହାର ଅର୍ଥ ହେଉଛି ଅଧିକ ଉତ୍ପାଦନ ହେଉଥିବା ଅଞ୍ଚଳରୁ କମ୍‌ ଉତ୍ପାଦନ ଅଞ୍ଚଳକୁ ପରିବହନ, ଷ୍ଟୋରେଜ୍‌ ଉପରେ ହେଉଥିବା ବ୍ୟୟର ୫‌୦% ସବ୍‌ସିଡ଼ି ଦିଆଯିବ । ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ମୋଦୀ ସରକାର ପ୍ରତିଶ୍ରୁତି ଦେଇସାରିଛନ୍ତି। ଏହି ସଂସ୍କାର ପ୍ରକ୍ରିୟା ଯୋଗୁଁ କୃଷକ ଅବସ୍ଥାରେ ଉନ୍ନତ ଆଣିବା ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ବ୍ୟବସାୟ ପାଇଁ

କରୋନା ସମୟରେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମଏସଏମଇ ପାଇଁ ୩ ଲକ୍ଷ କୋଟି ଟଙ୍କାର ବିନା ବନ୍ଧକରେ ଋଣ ଘୋଷଣା କରିଥିଲେ । ଯାହା ଫଳରେ ଏଥିରୁ ପ୍ରାୟ ୪୫ ଲକ୍ଷ ଏମଏସଏମଇ ସଂସ୍ଥା ଉପକୃତ ହେବ । ଏହି ଋଣର ସମୟ ସୀମା ୪ ବର୍ଷ ହେବ ଏବଂ ମୂଳଧନକୁ ୧୨ ମାସ ପାଇଁ ପରିଶୋଧ କରିବାକୁ ପଡ଼ିବ ନାହିଁ । ଏହି ଋଣ ପାଇଁ ମୋଦୀ ସରକାର ଏପର୍ଯ୍ୟନ୍ତ ସୁଧ ହାର ସ୍ଥିର କରିନାହାଁନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ସୁଧ ହାର ଘୋଷଣା କରାଯାଇପାରେ । ସରକାର ଏମଏସଏମଇର ପରିଭାଷାକୁ ମଧ୍ୟ ବିସ୍ତାର କରିଛନ୍ତି ଯାହା ଦ୍ୱାରା ଏହି ସରକାରୀ ନିଷ୍ପତ୍ତିରୁ ଅଧିକରୁ ଅଧିକ ବ୍ୟବସାୟୀ ଉପକୃତ ହୋଇପାରିବେ ।

କୃଷି କ୍ଷେତ୍ର ପରେ, ଏମଏସଏମଇ କ୍ଷେତ୍ର ଦେଶରେ ସର୍ବାଧିକ ରୋଜଗାର ସୃଷ୍ଟି କରେ । ଯଦି ଏହି କ୍ଷେତ୍ର ଭୁଶୁଡ଼ି ପଡ଼େ ତେବେ ଦେଶର ଅର୍ଥନୀତିକୁ ପୁନଃ ସ୍ଥାପନ କରିବା ଅସମ୍ଭବ ହୋଇପଡ଼ିବ । ଲକ୍ଷ ଲକ୍ଷ ଲୋକ ବେକାର ହୋଇଯିବେ ଏବଂ ଦେଶର ଅର୍ଥନୀତି ବହୁ ବର୍ଷ ପଛକୁ ଫେରିବ । ଗତକାଲି ଅର୍ଥମନ୍ତ୍ରୀ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ସମ୍ବନ୍ଧୀୟ ସୂଚନା ଦେଶବାସୀଙ୍କୁ ଦେଇଥିଲେ । ଯେଉଁଥିରୁ ଏମଏସଏମଇ କ୍ଷେତ୍ର ପାଇଁ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଦେଶର ମଧ୍ୟବିତ୍ତ ବ୍ୟବସାୟ ପାଇଁ ଏହି ରିଲିଫ୍ ପ୍ୟାକେଜ୍ କୌଣସି ଔଷଧଠାରୁ କମ୍ ନୁହେଁ ଏବଂ ଭବିଷ୍ୟତରେ ଏହି କ୍ଷେତ୍ରର ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ।

ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ

ୱାନ ନେସନ ୱାନ ରେସନ କାର୍ଡ଼ ବ୍ୟବସ୍ଥା ଦେଶରେ ଲାଗୁ କରିବାକୁ ପୂର୍ବରୁ କେନ୍ଦ୍ର ସରକାର କହିସାରିଛନ୍ତି। ଅର୍ଥମନ୍ତ୍ରୀଙ୍କ କହିବାନୁସାରେ, ଏହି ଯୋଜନାରେ ସାଧାରଣ ବଣ୍ଟନ ସହିତ ଜଡ଼ିତ ଜନସଂଖ୍ୟାର ୮୩ ପ୍ରତିଶତ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଏଥି ସହିତ, ୨୩ଟି ରାଜ୍ୟରେ ୬୭କୋଟି ରାସନ କାର୍ଡ଼ଧାରୀ (ଯାହା ମୋଟ ପିଡ଼ିଏସ ଜନସଂଖ୍ୟାର ୮୩% ଅଟେ) ଅଗଷ୍ଟ ୨୦୨୦ ସୁଦ୍ଧା ଜାତୀୟ ପୋର୍ଟେବିଲିଟି ଅଧୀନରେ ଆସିବେ । ଏହା ସହିତ ମାର୍ଚ୍ଚ ୨୦୨୧ ପୂର୍ବରୁ ୧୦୦ ପ୍ରତିଶତ ଜାତୀୟ ପୋର୍ଟେବିଲିଟି ହାସଲ ହେବ । ସୂଚନାଯୋଗ୍ୟ ଯେ ଜାନୁଆରୀ ୨୦୨୦ରୁ ଦେଶରେ ପ୍ରଥମ ୱାନ ନେସନ ୱାନ ରେସନ କାର୍ଡ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଏହି ଯୋଜନା ସଫଳ ହେଲେ, ଦେଶରେ ପିଡ଼ିଏସ ହିତାଧିକାରୀମାନେ ଦେଶର କୌଣସି କୋଣରେ ଥିଲେ ବି ଯେକୌଣସି ସରକାର ଭଣ୍ଡାରରୁ ସେମାନଙ୍କର ଭାଗର ପଡି ନେବାକୁ ସମର୍ଥ ହେବେ ।

ଶିକ୍ଷା ସମ୍ବନ୍ଧୀୟ ସଂସ୍କାର

କରୋନା ସମୟରେ ଦେଶରେ ଅନଲାଇନ୍ ଶିକ୍ଷାକୁ ଉତ୍ସାହିତ କରାଯାଉଛି ଏବଂ ଏଭଳି ପରିସ୍ଥିତିରେ ସରକାର ଡିଟିଏଚ ମାଧ୍ୟମରେ ଶିକ୍ଷା ସମ୍ବନ୍ଧୀୟ ଚ୍ୟାନେଲଗୁଡ଼ିକ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସଂସ୍କାର ଆଗାମୀ ଦିନରେ ଦେଶରେ ଶିକ୍ଷା କ୍ଷେତ୍ରର ବିକାଶରେ ଏକ ବଡ଼ ଭୂମିକା ତୁଲାଇବ ।  ଘରୋଇକରଣ:  ଏକ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ ନୀତି ଭାବରେ ଭାରତକୁ ଆତ୍ମନିର୍ଭରଶୀଳ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ।

ସାର୍ବଜନୀନ କ୍ଷେତ୍ରର ଉଦ୍ୟୋଗଗୁଡ଼ିକ ଭାରତର କେତେକ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ, ଏଥିପାଇଁ ଏକ ନୂତନ ନୀତି ପ୍ରସ୍ତୁତ କରାଯାଉଛି । ଏହା ସହିତ ବେସରକାରୀ କ୍ଷେତ୍ର ପାଇଁ ସମସ୍ତ କ୍ଷେତ୍ର ଖୋଲାଯାଉଛି । ଦେଶରେ ପ୍ରତିରକ୍ଷା କ୍ଷେତ୍ରରେ ବେସରକାରୀ କ୍ଷେତ୍ରକୁ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ସରକାର ପ୍ରତିରକ୍ଷା କ୍ଷେତ୍ରରେ ୪୯ ପ୍ରତିଶତରୁ ୭୪ ପ୍ରତିଶତ ବିନିଯୋଗକୁ ଏଫଡିଆଇ ଅନୁମୋଦନ କରିଛନ୍ତି ।

୧୯୯୧ମସିହାରୁ ଦେଶରେ ସର୍ବବୃହତ ଅର୍ଥନୈତିକ ସଂସ୍କାର କରାଯାଉଛି ଏବଂ ଏହା ଭାରତକୁ ୫ ଟ୍ରିଲିୟନ ଡଲାରର ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ।

 

 

Leave a Reply