ଆସନ୍ତାକାଲି ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,(ଓଡିଶା ଟାଇମ୍): ଆସନ୍ତାକାଲି ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିପାରନ୍ତି । ଏପରିକି ରାଜ୍ୟ ସରକାରଙ୍କ ସହ ବୈଠକ କରିବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରରେ ସୁରକ୍ଷା ତଦାରଖ କରିଛନ୍ତି ବରିଷ୍ଠ ପୁଲିସ ଅଧିକାରୀ । ସୁରକ୍ଷା ସ୍ଥିତି ତଦାରଖ କରିଛନ୍ତି ପୋଲିସ କମିଶନର ସୁଧାଶୁଂ ଷଢଙ୍ଗୀ, ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, ଭୁବନେଶ୍ୱର ଡିସିପି ଅନୁପ ସାହୁ ଓ ଏଡିଜି କ୍ରାଇମବ୍ରାଞ୍ଚ ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ସୂଚନା ମିଳିନାହିଁ ।

Leave a Reply

Your email address will not be published.