ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ଏନସିବିର ପଚରାଉଚରା, ଗିରଫ ହେବାର ରହିଛି ସମ୍ଭାବନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଥିବା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର କ୍ରମାଗତ ଜେରା ଓ ଗିରଫଦାରୀ ଜାରି ରହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀଙ୍କୁ ଏନସିବି ଗତକାଲି ୬ ଘଂଟା ଜେରା କରିଥିଲା। ଆଜି ମଧ୍ୟ ପୁଣି ତାଙ୍କୁ ଜେରା ପାଇଁ ଡକାଯାଇଛି। କୁହାଯାଉଛି ପ୍ରଶ୍ନର ଲମ୍ବା ତାଲିକା ଏନସିବି ପାଖରେ ରହିଛି। ଯାହାର ଉତ୍ତର ଏବେ ସୁଦ୍ଧା ରିୟା ଠିକ୍ ଭାବେ ଦେଇ ନାହାନ୍ତି। ଏଇ କାରଣ ପାଇଁ ତାଙ୍କୁ କ୍ରମାଗତ ଜେରା ପାଇଁ ଡକାଯାଉଛି। ଅନ୍ୟପକ୍ଷେ  ସିବିଆଇ କୁପର ହସପିଟାଲରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ମଧ୍ୟ ପଚରାଉଚରା ଚଲାଇଛି।  

ପ୍ରଥମ ଦିନର ଅନୁସନ୍ଧାନ ପରେ ମଧ୍ୟ ରିୟାଙ୍କ ସମସ୍ୟା ବନ୍ଦ ହୋଇନାହିଁ। ଏହା ସମ୍ଭବ ଯେ ଆଜି ରିୟାଙ୍କୁ ମଧ୍ୟ ଗିରଫ କରାଯାଇପାରେ। ତାଙ୍କ ଗିରଫଦାରୀକୁ ଦେଖି ରିୟା ଓକିଲ ସତୀଶ ମନାସିନ୍ଦେ ପୂର୍ବରୁ ସୂଚିତ କରିଛନ୍ତି ଯେ ଅଭିନେତ୍ରୀ ଗିରଫ ପାଇଁ ପ୍ରସ୍ତୁତ ଅଛନ୍ତି। ଏହି ମାମଲାରେ ଗିରଫ ହୋଇଥିବା ଶୌଭିକ ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ଘର ମ୍ୟାନେଜର ସାମୁଏଲ ମିରାଣ୍ଡା ମଧ୍ୟ ରିୟାଙ୍କ ନିର୍ଦ୍ଦେଶରେ ଡ୍ରଗ୍ସ ଆଣିଥିବା ସ୍ୱୀକାର କରିଛନ୍ତି। ଏହା ବ୍ୟତୀତ ଡ୍ରଗ୍ସ ସହ ଜଡିତ ଚାଟ୍ ମଧ୍ୟ ଏହି ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହାକି ଆହୁରି ଅନେକ ବଡ ଖୁଲାସା ହେବାର ସମ୍ଭାବନା ଅଛି |

ଏନସିବି ରବିବାର ଦିନ ଶୋଭିକ୍, ମିରାଣ୍ଡା ଏବଂ ଦୀପେଶ ସାୱନ୍ତଙ୍କ ସହ ମୁହାଁମୁହିଁ ହୋଇଥିଲେ। ରିୟାଙ୍କୁ ମୁହାଁମୁହିଁ ପ୍ରଶ୍ନରେ ଅନେକ ଜିନିଷ ସାମ୍ନାକୁ ଆସିଥିଲା, ଯେଉଁ କାରଣରୁ ଏନସିବି ତାଙ୍କ ବିରୋଧରେ କିଛି ଦୃଢ ପ୍ରମାଣ ରଖିଛି ବୋଲି କୁହାଯାଉଛି । 

Leave a Reply