ବିଜେପିର ନୂତନ ଟିମ୍ ଘୋଷିତ: ନଡ୍ଡାଙ୍କ ଦଳରେ ୪ ଓଡିଆ, ଅପରାଜିତ ଷଡଙ୍ଗୀ ରାଷ୍ଟ୍ରୀୟ ପ୍ରବକ୍ତା, ବିଶେଶ୍ଵର ଟୁଡୁ ହେଲେ ରାଷ୍ଟ୍ରୀୟ ସଂପାଦକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତୀୟ ଜନତା ପାର୍ଟି(ବିଜେପି)ର ପଦାଧିକାରୀଙ୍କ ନୂତନ ଟିମ୍ ଘୋଷଣା କରିଛି। ପାର୍ଟି ସଭାପତି ଜଗତ ପ୍ରକାଶ ନଡ୍ଡା କିଛି ସମୟ ପୂର୍ବେ ଏହାର ଘୋଷଣା କରିଛନ୍ତି। ଏଥର ବିଜେପିର ନୂତନ ଟିମ୍‌ରେ ସମସ୍ତ ରାଜ୍ୟର ଯୁବକ ଓ ମହିଳାଙ୍କୁ ସୁଯୋଗ ଦିଆଯାଇଛି। ଏଥିରେ ଡାକ୍ଟର ରମଣ ସିହ, ମୁକୁଲ ରୟ, ଅନ୍ନପୂର୍ଣ୍ଣା ଦେବୀ, ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି। ବିଜେପିର ନୂଆ ଟିମରେ ରାମ ମାଧବ, ମୁରଲୀଧର ରାଓ, ଅନିଲ ଜୈନଙ୍କୁ ମହାସଚିବ ଦାୟିତ୍ଵରୁ ହଟାଯାଇଛି। ତାଙ୍କ ସ୍ଥାନରେ ଦୁଷ୍ୟନ୍ତ କୁମାର ଗୌତମ, ଡି ପୁରେନ୍ଦଶ୍ଵରୀ, ସିଟି ରବି, ତରୁଣ ଚୁଗ, ଭୁପେନ୍ଦ୍ର ଯାଦବ, ଅରୁଣ ସିଂହ, କୈଳାଶ ବିଜୟବର୍ଗୀୟ, ଡି ପୁରନ୍ଦରେଶ୍ଵରୀ, ଦିଲ୍ଲୀପ ସୈକିଆଙ୍କୁ ଦାୟିତ୍ଵ ଦିଆଯାଇଛି।

ରାଷ୍ଟ୍ରୀୟ ଉପସଭାପତି-

ସେହିପରି ୧୨ ଜଣଙ୍କୁ ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ଵ ଦିଆଯାଇଛି। ରାଷ୍ଟ୍ରୀୟ ଉପସଭାପତି ଭାବରେ ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧା ମୋହନ ସିଂହ, ବୈଜୟନ୍ତ ପଣ୍ଡା, ଶ୍ରୀ ରଘୁବର ଦାସ, ମୁକୁଲ ରଏ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବି, ଭାରତୀ ବେନ ସୟାଲ, ଡିକେ ଅରୁଣ, ଏମ୍ ଚୁବା ଆଓ, ଶ୍ରୀ ଅବଦୁଲ କୁତିଙ୍କୁ ଦାୟିତ୍ଵ ଦିଆଯାଇଛି। ଦଳର ରାଷ୍ଟ୍ରୀୟ ମନ୍ତ୍ରୀ ତାଲିକାରେ ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ରହିଛନ୍ତି।

ରାଷ୍ଟ୍ରୀୟ ପ୍ରବକ୍ତା-

ସେହିପରି ରାଷ୍ଟ୍ରୀୟ ପ୍ରବକ୍ତାରେ ସ୍ଥାନ ବଜାୟ ରଖିଛନ୍ତି ସମ୍ବିତ ପାତ୍ର। ପ୍ରବକ୍ତାରେ ସାମିଲ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏତଦ୍ ବ୍ୟତୀତ ଶ୍ରୀ ଅନିଲ ବାଲୁନି, ସଞ୍ଜୟ ମାୟୁଖ, ସୁଧାଂଶୁ ତ୍ରିବେଦି, ସୟଦ ସାହନୱାଜ ହୁସେନ, ରାଜିବ ପ୍ରତାପ, ଶ୍ରୀ ନଳିନ ଏସ୍ କୋହଲି, ରାଜିବ ଚନ୍ଦ୍ରଶେଖର, ଶ୍ରୀ ଗୌରବ ଭାଟିଆ, ସୟଦ ଜଫର ଇସଲାମ, ଟମ୍ ବଦକାନ, ସଞ୍ଜୁ ବର୍ମା, ଗୋପାଳ କ୍ରିଷ୍ଣ ଅଗ୍ରୱାଲ, ଇକବାଲ ସିଂହ ଲାଲପୁରା, ସର୍ଦ୍ଦାର ଆରପି ସିଂହ, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ହିନା ଗଭିତ, ଗୁରୁପ୍ରକାଶ, ନୁପୁର ଶର୍ମା, ରାଜୁ ବିସ୍ତା, କେ କେ ଶର୍ମା ରାଷ୍ଟ୍ରୀୟ ପ୍ରବକ୍ତା ତାଲିକାରେ ଅଛନ୍ତି।

ଏତଦ୍ ବ୍ୟତିତ ଯୁବ ମୋର୍ଚ୍ଚା ପାଇଁ ଶ୍ରୀ ତେଜସ୍ଵୀ ସୁରୟା, ଓବିସି ମୋର୍ଚ୍ଚା ପାଇଁ କେ ଲକ୍ଷ୍ମଣ, କିଷାନ ମୋର୍ଚ୍ଚା ପାଇଁ ଶ୍ରୀ ରାଜକୁମାର ଚହର, ଏସସି ମୋର୍ଚ୍ଚା ପାଇଁ ଶ୍ରୀ ଲାଲ ସିଂହ ଆର‌୍ୟ୍ୟ, ଏସଟି ମୋର୍ଚ୍ଚା ପାଇଁ ଶ୍ରୀ ସମିର ଓରାଅନ, ସଂଖ୍ୟାଲଘୁ ମୋର୍ଚ୍ଚା ପାଇଁ ଶ୍ରୀ ଜମାଲ ସିଦ୍ଧିକିଙ୍କୁ ଦାୟିତ୍ଵ ଦିଆଯାଇଛି।

Leave a Reply

Your email address will not be published.