୪ଗୁଣାରୁ ଅଧିକ ଅପରେଟିଂ ଲାଭ ଅର୍ଜନ କଲା ନାଲ୍‍କୋ, ୩ଗୁଣା ନେଟ୍‍ ଲାଭ

0
13
advt
< a href= "#">

ଭୁବନେଶ୍ୱର, (ଓଟି) : ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଲୋକଉଦ୍ୟମ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକୀରେ ୫୯୫୨ କୋଟି ଟଙ୍କାର ଟର୍ଣ୍ଣ୍ଓଭର୍ ଲାଭ କରିଛି, ଯାହା କି ୨୦୧୭-୧୮ ଆର୍ଥିକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକୀ ତୁଳନାରେ ୪୨ ପ୍ରତିଶତ ଅଧିକ। ୨୦୧୭-୧୮ ଆର୍ଥିକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକୀରେ କମ୍ପାନୀର ନିଟ୍ ଲାଭ ୩୬୪ କୋଟି ଟଙ୍କା ହୋଇଥିବା ବେଳେ ୨୦୧୮-୧୯ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକୀରେ ଏହା ୨୨୯ ପ୍ରତିଶତ ବୃଦ୍ଧି ପାଇ ୧୧୯୭ କୋଟି ଟଙ୍କା ହୋଇଛି ।

advt

ଚଳିତ ଆର୍ଥିକ ବର୍ଷ ପ୍ରଥମ ଅର୍ଦ୍ଧବାର୍ଷିକୀରେ ନାଲ୍କୋର ନିଟ୍ ଲାଭ ପ୍ରାୟ ତିନି ଗୁଣ ଅଧିକ ହୋଇଥିବା ବେଳେ କମ୍ପାନୀର ଅପରେଟିଂ ଲାଭ ୪ ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୦୧୭-୧୮ ଆର୍ଥିକ ବର୍ଷର ୩୩୪ କୋଟି ଟଙ୍କା ତୁଳନାରେ ୨୦୧୮-୧୯ରେ ଏହା ୧୬୨୪ କୋଟି ଟଙ୍କା ହୋଇଛି । ଏହି ଅବଧିରେ ଇବିଆଇଡିଟିଏ ମାର୍ଜିନ୍ ଦ୍ୱିଗୁଣିତ ହୋଇ ୧୭ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି ।

ସୋମବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହେଇଥିବା ନାଲକୋ ବୋର୍ଡ ବୈଠକରେ ଅନୁମୋଦିତ ୨୦୧୮-୧୯ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକୀ ତଥା ପ୍ରଥମ ଅର୍ଦ୍ଧବାର୍ଷିକୀର ଆୟବ୍ୟୟ ହିସାବ ଅନୁସାରେ କମ୍ପାନୀର ନିଟ୍ ଲାଭ, ପୂର୍ବ ବର୍ଷର ୨୩୫ କୋଟି ଟଙ୍କା ତୁଳନାରେ ଦ୍ୱିଗୁଣିତ ହୋଇ ୫୧୦ କୋଟି ଟଙ୍କା ହେଇଛି । ୨୦୧୮-୧୯ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକୀରେ ଅପରେଟିଂ ଲାଭ ଗତ ବର୍ଷର ଦ୍ୱିତୀୟ ତ୍ରୈମାସିକୀରେ ହୋଇଥିବା ୨୨୩ କୋଟି ଟଙ୍କା ତୁଳନାରେ ୨୨୯ ପ୍ରତିଶତ ବୃଦ୍ଧି ପାଇ ୭୩୫ କୋଟି ଟଙ୍କା ହୋଇଛି ।

ଆଲୁମିନା ଓ ଆଲୁମିନିୟମ୍ ବଜାରରେ ୟୁଏସ୍ ଟ୍ରେଡ୍ ସାଂକସନ୍ସ ଆଦି କାରଣରୁ ସୃଷ୍ଟି ହୋଇଥିବା ଉଦ୍ବାୟୀ ପରିସ୍ଥିତି ସତ୍ତେ୍ୱ ନାଲ୍କୋ ପକ୍ଷରୁ ଗତ ଦେଢ ବର୍ଷ ତଳେ ପ୍ରଣୀତ ନୂତନ ବ୍ୟବସାୟିକ ମଡେଲ୍ର ଫଳସ୍ୱରୂପ କମ୍ପାନୀର ନିଟ୍ ଲାଭ ୨୦୧୭-୧୮ ଆର୍ôଥକ ବର୍ଷରେ ଦ୍ୱିଗୁଣିତ ହେବା ସହ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକୀରେ କମ୍ପାନୀକୁ ଉଲ୍ଲେଖନୀୟ ସଫଳତା ଆଣି ଦେଇଛି । ୨୦୧୭-୧୮ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକୀରେ ନିଟ୍ ଲାଭ ୧୨୯ କୋଟି ଟଙ୍କା ତୁଳନାରେ ୨୦୧୮-୧୯ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକୀରେ ଏହା ୬୮୭ କୋଟି ଟଙ୍କା ହୋଇଥିଲା । ନାଲ୍କୋର ଉଲ୍ଲେଖନୀୟ ପ୍ରଦର୍ଶନର ଧାରା ଦ୍ୱିତୀୟ ତ୍ରୈମାସିକୀରେ ମଧ୍ୟ ଜାରୀ ରହିଛି । ନୂତନ ବ୍ୟବସାୟିକ ମଡେଲ୍ ଅଧିନରେ ସ୍ପେସିଫିକ୍ କଞ୍ଜପସନ୍‌ରେ ହ୍ରାସ, ବ୍ୟୟ ହ୍ରାସ ଉତ୍ପାଦନରେ ବୃଦ୍ଧି, ସ୍ପଟ୍ ମାର୍କେଟ୍ରେ ଷ୍ଟ୍ରାଟେଜିକ୍ ମାର୍କେଟିଂ ଆଦି ଉପରେ ଗୁରୁତ୍ୱ ଆରୋପ କରାଯାଉଛି । ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦଙ୍କ ନେତୃତ୍ୱରେ ନିଷ୍ଠାପର ଓ ନିରନ୍ତର ପ୍ରୟାସ ବଳରେ ୨୦୧୮-୧୯ ଆର୍ଥିକ ବର୍ଷରେ ରେକର୍ଡ୍ ଟର୍ଣ୍ଣ୍ଓଭର୍ ଲାଭ କରିବାକୁ ନାଲ୍କୋ ଦୃଢ ଆଶାବାଦୀ ବୋଲି ଏକ ପ୍ରେସ୍‍ ରିଲିଜ୍‍ରେ ଦର୍ଶାଯାଇଛି ।

advt
< a href= "#">