ବାରମ୍ବାର ନଖ ଭାଙ୍ଗୁଛି କି? ଜାଣିରଖନ୍ତୁ କିଛି ଘରୋଇ ଉପଚାର

ହାତର ସୁନ୍ଦରତା ବଢ଼ାଇଥାଏ ଚମକଦାର୍ ନଖ ଏବଂ ଏଥିରେ ଥିବା ନେଲପେଣ୍ଟ । କିନ୍ତୁ ବାରମ୍ବାର ନଖ ଭାଙ୍ଗୁଥିଲେ, ଏହା ହାତର ସୁନ୍ଦରତାକୁ ପୁରା ଫିକା କରିଦିଏ । ଅଧିକ ସମୟ ନେଲ୍ପଲିସ୍ ରହିବା, ପାଣିର ସଂସ୍ପର୍ଶରେ ହାତ ଅଧିକ ସମୟ ରହିବା, ଶାରୀରିକ ଦୁର୍ବଳତା ଆଦି ବିଭିନ୍ନ କାରଣରୁ ନଖ ବାରମ୍ବାର ଭାଙ୍ଗିଥାଏ । ଯେ କୌଣସି କାରଣରୁ ନଖ ଭାଙ୍ଗୁ ନା କାହିଁକି,ଆପଣ ସହଜରେ ଏହାର ଘରୋଇ ଉପଚାର କରିପାରିବେ । ତେଣୁ ଆପଣାନ୍ତୁ କିଛି ଘରୋଇ ଟିପ୍ସ –
୧- ପ୍ରତିଦିନ ଉଷୁମ୍ ନଡ଼ିଆ ତେଲ ଦ୍ୱାରା ୧୦ ମିନିଟ୍ ପର୍ଯ୍ୟନ୍ତ ନଖର ମାଲିସ୍ କରନ୍ତୁ ।
୨- ଉଷୁମ୍ ପାଣିରେ ୨ ଚାମଚ ଲୁଣ ଓ ଲେମନ୍ ଏସେନ୍ସିଆଲ୍ ଅଏଲ୍ ମିଶାଇ ସେଥିରେ ନଖକୁ ବୁଡ଼ାଇ ରଖନ୍ତୁ । ପ୍ରାୟ ୧୦ ମିନିଟ୍ ଏଭଳି ରଖିବା ପରେ ହାତକୁ ଭଲ ଭାବେ ଧୋଇ କ୍ରୀମ୍ ଲଗାନ୍ତୁ ।
୩- ୧ ଚାମଚ ଲେମ୍ବୁ ରସରେ ଅଲିଭ୍ ଅଏଲ୍ ମିଶାଇ କିଛି ସମୟ ଗରମ କରନ୍ତୁ । ଏହା ହାଲ୍କା ଗରମ ଥିବା ସମୟରେ ଏଥିରେ ନଖକୁ ବୁଡ଼ାଇ ରଖନ୍ତୁ । କିମ୍ବା ଏହାକୁ ନଖରେ ମାଲିସ୍ କରି ସାରା ରାତି ଛାଡ଼ିଦିଅନ୍ତୁ ।

ଗର୍ଭବତୀ ହେବାକୁ ସେକ୍ସ-ଡାଏଟ-ଏକ୍ସରସାଇଜ 

https://odishatime.com/pregancy/

Leave a Reply

Your email address will not be published.