ମୌସୁମୀର ପ୍ରଥମ ବର୍ଷାରେ ବେହାଲ ମାୟାନଗରୀ : ଉବୁଟୁବୁ ମୁମ୍ୱାଇ, ଆଗକୁ ଆହୁରି ବର୍ଷିବ

ମୁମ୍ବାଇ, (ଓଡିଶା ଟାଇମ୍): ମାୟାନଗରୀ ବର୍ଷିଛି ମୌସୁମୀର ପ୍ରଥମ ବର୍ଷା । ମୌସୁମୀର ଆଗମନ ସହ ମୁମ୍ବାଇ ପାଇଁ ବି ବାଜିଛି ସତର୍କ ଘଣ୍ଟି । ଆସନ୍ତା ୨୪ ଘଣ୍ଟାରେ ଆହୁରି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଏହା ସହ ସମୁଦ୍ରରେ ଉଚ୍ଚ ଜୁଆର ବୃଦ୍ଧି ହେବାର ଏକ ଆକଳନ କରାଯାଇଛି । ସକାଳ ୧୧.୪୩ ରେ ଉଚ୍ଚ ଜୁଆର ଉଠିବାର ବି ସମ୍ଭାବନା ରହିଛି ।

ଏଭଳି ପରିସ୍ଥିତିରେ ସତର୍କତାମୂଳକ ପଦକ୍ଷେପ ଭାବେ ସମୁଦ୍ରକୂଳିଆଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ଆଇଏମଡି ମୁମ୍ବାଇର ଡେପୁଟି ଡାଇରେକ୍ଟର ଜେନେରାଲ ଡକ୍ଟର ଜୟନ୍ତ ସାର୍କ କହିଛନ୍ତି ଯେ ଦିନକ ପୂର୍ବରୁ ମୌସୁମୀ ମୁମ୍ବାଇରେ ପହଞ୍ଚିଛି । ଜୁନି ୧୦ରେ ମୌସୁମୀ ଛୁଇଁବା ନେଇ ଆକଳନ କରାଯଇଥିଲା । ମୌସୁମୀର ପ୍ରଥମ ବର୍ଷା ମୁମ୍ବାଇକୁ ପାଣି ପାଣି କରିଦେଇଛି । ଅନେକ ଅଞ୍ଚଳରେ ରାସ୍ତା ଜଳମଗ୍ନ ହୋଇଯାଇଛି । ଏହି କାରଣରୁ ଅନେକ ସ୍ଥାନରେ ଟ୍ରାଫିକ୍ ମଧ୍ୟ ବ୍ୟାହତ ହୋଇଥିଲା ।

Leave a Reply

Your email address will not be published. Required fields are marked *