ସୋସିଆଲ୍ ମିଡିଆରେ ଟ୍ରେଣ୍ଡ ହେଉଛନ୍ତି ମୁମ୍ବାଇ କମିଶନର, ପଢନ୍ତୁ କାହିଁକି

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଭାର ସୁପ୍ରିମକୋର୍ଟ ବୁଧବାର ଦିନ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ଏହି ମାମଲାରେ ସିବିଆଇକୁ ମୁମ୍ବାଇ ପୋଲିସ ସହଯୋଗ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଯାହା ପରେ କିଛି ଲୋକ ସୋସିଆଲ୍ ମିଡିଆରେ ମୁମ୍ବାଇ ପୋଲିସ କମିଶନରଙ୍କ ଉପରେ ରାଗୁଥିବା ନଜର ଆସିଛି । ଏବେ ପରମବୀର ସିଂହ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରେଣ୍ଡ କରୁଛନ୍ତି । ଏପରିକି ତାଙ୍କୁ ଇସ୍ତଫା ଦେବା ନେଇ ସୋସିଆଲ ମିଡିଆରେ ଦାବି କରାଯାଉ ଅଛି ।

ଏହାବ୍ୟତିତ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଦୋଷୀଙ୍କୁ ସୁରକ୍ଷା ଦେଉଥିବା ନେଇ ମଧ୍ୟ ତାଙ୍କ ଫ୍ୟାନ୍ସ ମାନେ ଅଭିଯୋଗ କରିଛନ୍ତି ।

ସେହିପରି ୟୁଜର୍ସ ମାନେ ପରମବୀର ସିଂହଙ୍କ ଉପରେ ଚିଡୁଥିବା ବେଳେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି । ଯିଏକି ଏହି ମାମଲାରେ ଖୁବ୍ ସକ୍ରିୟ ରହିଥିବା ବେଳେ ମୁମ୍ବାଇରେ ପହଞ୍ଚି ସେମାନେ ତଦନ୍ତ ମଧ୍ୟ କରିଥିଲେ । ଯାହା ପରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଅନେକ ଟ୍ୱିଷ୍ଟ ଆସିଥିଲା ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଶୁଣାଣି ପରେ ଜଷ୍ଟିସ୍ ହୃଷିକେଶ ରାୟଙ୍କ ଖଣ୍ଡପୀଠ ଏହି ରାୟ ସଂରକ୍ଷିତ ରଖିଥିଲେ। ବିହାର ସରକାରଙ୍କ ବରିଷ୍ଠ ଆଡଭୋକେଟ ମନିନ୍ଦର ସିଂ, ମହାରାଷ୍ଟ୍ର ସରକାରଙ୍କ ଅଭିଷେକ ମନୁ ସିଂଭି, ସୁଶାନ୍ତ ସିଂ ରାଜପୁତଙ୍କ ପରିବାରରୁ ଶ୍ୟାମ ଡିଭାନ ରିୟା ଏବଂ ବିକାଶ ସିଂ ଏହି ମାମଲରେ ନିଜ ପକ୍ଷ ସୁପ୍ରିମକୋର୍ଟରେ ରଖିଥିଲେ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published.