‘ମୋଷ୍ଟ୍ ଟକ୍‌ଡ ଆବାଉଟ୍ ଇଣ୍ଡିଆନ୍ ଆକାଉଣ୍ଟ ୨୦୧୮’ ଜାଣନ୍ତୁ ଶୀର୍ଷରେ କିଏ?

0
5

୨୦୧୮ ସରିବାକୁ ଆଉ କିଛି ଦିନ ବାକି । ଭଲ ହେଉ ବା ମନ୍ଦ, ପ୍ରତ୍ୟେକ କ୍ଷେତ୍ରରେ ଚଳିତବର୍ଷର ହିସାବନିକାସ ଆରମ୍ଭ ହୋଇଗଲାଣି । ଚଳିତବର୍ଷ ସୋସିଆଲ୍ ମିଡିଆରେ କିଏ କେତେ ସକ୍ରିୟ, ତାହାକୁ ନେଇ ଟ୍ୱିଟର୍ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି । ‘ମୋଷ୍ଟ୍ ଟକ୍‌ଡ ଆବାଉଟ୍ ଇଣ୍ଡିଆନ୍ ଆକାଉଂଟ୍ ୨୦୧୮’ ନାମକ ଏହି ତାଲିକାରେ ବଲିଉଡ୍ ତାରକା ଭାବେ କେବଳ ଜଣେ ହିଁ ଅଛନ୍ତି । ସେ ହେଉଛନ୍ତି ବାଦ୍‌ଶାହ ଶାହରୁଖ୍ ।

କିନ୍ତୁ ସେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ଶାହରୁଖଙ୍କଠାରୁ ଗୋଟିଏ ସ୍ଥାନ ଆଗକୁ ଯାଇ ୬ଷ୍ଠ ସ୍ଥାନ ନେଇଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ପବନ କଲ୍ୟାଣ । ତା ପଛକୁ ଅଷ୍ଟମ ସ୍ଥାନରେ ଅଛନ୍ତି ତାମିଲ ସୁପରଷ୍ଟାର୍ ବିଜୟ । ନବମ ସ୍ଥାନରେ ଅଛନ୍ତି ତେଲୁଗୁ ସୁପରଷ୍ଟାର ମହେଶ ବାବୁ । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ଙ୍କୁ ୧୦ମ ସ୍ଥାନ ମିଳିଛି ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ବଲିଉଡ୍ ସେଲିବ୍ରିଟି ସବୁବେଳେ ସୋସିଆଲ୍ ମିଡିଆରେ ସକ୍ରିୟ ରହି ମଧ୍ୟ ତାଲିକାରେ ସାମିଲ ହୋଇପାରିନାହାନ୍ତି । ତେବେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ଲାଗ କରିଛନ୍ତି ନରେନ୍ଦ୍ର ମୋଦି । ଦ୍ୱିତୀୟରେ ଅଛନ୍ତି ରାହୁଲ ଗାନ୍ଧୀ, ତୃତୀୟରେ ଅମିତ ଶାହ, ଚତୁର୍ଥରେ ଅଛନ୍ତି ଯୋଗୀ ଆଦିତ୍ୟନାଥ ଓ ୫ମ ସ୍ଥାନରେ ଅଛନ୍ତି ଅରବିନ୍ଦ କେଜରିୱାଲ୍ ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

ଅମ୍ବାନୀଙ୍କ ପାଇଁ ତାରେ ଜମିନ୍ ପର୍

https://odishatime.com/isha

ଫ୍ୟାଶନ୍ ଟ୍ରେଣ୍ଡରେ ଆନିମଲ୍ ପ୍ରିଣ୍ଟ 

ଫ୍ୟାଶନ୍ ଟ୍ରେଣ୍ଡରେ ଆନିମଲ୍ ପ୍ରିଣ୍ଟ

ଓପନିଙ୍ଗ୍ ଡେ’ କଲେକ୍ସନ୍ ‘କେଦାର ନାଥ’ 

ଓପନିଙ୍ଗ୍ ଡେ’ କଲେକ୍ସନ୍ ‘କେଦାର ନାଥ’

ଡାଲ୍‌ଚିନି ଦେବ ସୌନ୍ଦର୍ଯ୍ୟ ଆଉ ବୟସକୁ କହିବ ବାଏବାଏ 

ଡାଲ୍‌ଚିନି ଦେବ ସୌନ୍ଦର୍ଯ୍ୟ ଆଉ ବୟସକୁ କହିବ ବାଏବାଏ