ଜେଲ୍‌ରୁ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍‌

ରାଉରକେଲା, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି। ଆଉ ଏଥିରୁ ବାଦ ପଡିନି ବିଭିନ୍ନ ଜେଲ। ଜେଲ୍‌ରୁ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍‌।ରାଉରକେଲା ସ୍ବତନ୍ତ୍ର କାରାଗାରରୁ ୫୪ ଅନ୍ତେବାସୀ  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଗତକାଲି ଜେଲର ୧୦୦ ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଜେଲ କର୍ମଚାରୀ।ବର୍ତ୍ତମାନ ସୁଦ୍ଧା ଜେଲରୁ ୧୨୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଜେଲରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଏବେ ଚିନ୍ତାରେ ଜେଲ କର୍ତ୍ତୁ। ଜେଲ ସୁପରିଟେଣ୍ଡ ବିରେନ୍ଦ୍ର ମହାଳିକ ଏ ସଂପର୍କରେ ସୂଚନା  ଦେଇଛନ୍ତି।

Leave a Reply

Your email address will not be published.