ମୋଦି ସରକାରଙ୍କ ପ୍ରଥମ ନିଷ୍ପତ୍ତି: ବଢ଼ିଲା ପ୍ରଧାନମନ୍ତ୍ରୀ ମେଧାବୃତ୍ତି ଯୋଜନା ରାଶି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୁରକ୍ଷା, ନିରାପତ୍ତା ଓ ଯେଉଁମାନେ ଦେଶକୁ ସୁରକ୍ଷା କରିବାରେ ପ୍ରତ୍ୟକ୍ଷ ଭାବେ ନିଯୁକ୍ତ ସେମାନଙ୍କ ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ମେଧାବୃତ୍ତି ଯୋଜନା ରାଶିକୁ ବୃଦ୍ଧି କରିଛନ୍ତି। ଏହା ଜାତୀୟ ପ୍ରତିରକ୍ଷା ପାଣ୍ଠିରୁ ଦିଆଯାଇଥାଏ। ଯେଉଁ ପୁଲିସ କର୍ମଚାରୀ ବା ସୁରକ୍ଷା କର୍ମୀ ଦେଶର ସୁରକ୍ଷାରେ ନିୟୋଜିତ ହୋଇ ଶହୀଦ ହୋଥଥାଆନ୍ତି ସେମାନଙ୍କ ପିଲାମାନଙ୍କୁ ଲହି ବୃତ୍ତି ପ୍ରଦାନ କରାଯାଇଥାଏ।

ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ପରେ ପୁଅ ପିଲାମାନଭ୍କୁ ଦିଆଯାଉଥିବା ମାସିକ ମେଧାବୃତ୍ତି ପରିମାଣକୁ ୨ହଜାର ଟଙ୍କାରୁ ଅଢ଼େଇ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଠିକ୍‌ ସେହିଭଳି ଝିଅ ପିଲାମାନଙ୍କୁ ଏହି କ୍ରମରେ ମିଳୁଥିବା ବୃତ୍ତି ପରିମାଣ ମାସିକ ୨୨୫୦ ଟଙ୍କାରୁ ବଢ଼ାଯାଇ ୩ହଜାର ଟଙ୍କା କରାଯାଇଛି।

ଏହିକ୍ରମରେ ଆତଙ୍କବାଦୀ, ନକ୍ସଲ,ଆକ୍ରମଣରେ ଯେଉଁ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ବା ଶହୀଦ ହୋଇଛି ସେମାନଙ୍କ ପିଲାଙ୍କୁ ଏହି ରାଶି ମିଳିବ। ପ୍ରତିବର୍ଷ ଏହି ବୃତ୍ତି ରାଶି ସଂଖ୍ୟା ୫୦୦ ରହିବ ବୋଲି ବୋଲି ପ୍ରଧାନମନ୍ତ୍ରୀ ଅନୁମୋଦନ କରିଛନ୍ତି। ଗୃହ ମନ୍ତ୍ରଣାଳୟ ଏହାର ନୋଡାଲ୍‌ ଏଜେନ୍ସୀ ହେବେ।

Leave a Reply

Your email address will not be published.