ପୁଣି ଥରେ ମୋଦି: ପ୍ରଶାନ୍ତ କିଶୋର

ଦେଶରେ ପୁଣି ଚାଲିବ ମୋଦିଙ୍କ ଶାସନ। ୨୦୧୯ ସାଧାରଣ ନିର୍ବାଚନରେ ଆଉ କେହି ନୁହେଁ; ବରଂ ନରେନ୍ଦ୍ର ମୋଦି ହିଁ ହେବେ ଆଉ ଥରେ ପ୍ରଧାନମନ୍ତ୍ରୀ। ଏ ପ୍ରକାର ଭବିଷ୍ୟବାଣୀ କରିଛନ୍ତି ଦେଶର ନିର୍ବାଚନୀ ରାଜନୀତିରେ ଶ୍ରେଷ୍ଠ ରଣନୀତିଜ୍ଞ ରୂପେ ବିବେଚିତ ହେଉଥିବା ପ୍ରଶାନ୍ତ କିଶୋର।

ପ୍ରଶାନ୍ତ କିଶୋର କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ଏନ୍‌ଡିଏ ବହୁମତ ପାଇ ଦେଶର କ୍ଷମତା ଅକ୍ତିଆର କରିବ। ଏବଂ ଏନ୍‌ଡିଏର ସର୍ବମାନ୍ୟ ନେତା ରୂପେ ନରେନ୍ଦ୍ର ମୋଦି ହିଁ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ଦେଶରେ ନିଜର ଶାସନ ଚଳାଇବେ। ୨୦୧୯ ନିର୍ବାଚନରେ ବିଜେପି ଓ ଶିବସେନା ପରେ ଜେଡିୟୁ ସବୁଠାରୁ ବଡ ପାର୍ଟି ଭାବେ ଉଭା ହେବ ବୋଲି ମଧ୍ୟ କହିଛନ୍ତି ପ୍ରଶାନ୍ତ କିଶୋର।

Leave a Reply

Your email address will not be published.