‘ଆଉ ପୁଲିସ ନୁହେଁ’; ଆସ୍ଥା ତୁଟାଇ ବାଲିପାଳ ଆଇଆଇସିଙ୍କୁ ମାଡ଼ ମାରିଲେ ଲୋକେ

ଭୁବନେଶ୍ଵର, (ଓଟି): ବିଜୁ ଜନତା ଦଳ ସରକାରର ପଞ୍ଚମଥର ଆରମ୍ଭରୁ ଉପରମୁହାଁ ହୋଇଛି ରାଜ୍ୟ ପୁଲିସ ବାହିନୀ। ଫଳରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧ ଘଟଣାବଳୀ। କେତେବେେଳେ ନାବାଳିକା ବଳାତ୍କାର ବଢ଼ୁଛଇ ତ କେତେବେଳେ ଛୋଟ ପିଲାଙ୍କୁ ମୃତ୍ୟୁ ମୁହଁ ଦେଖିବାକୁ ପଡ଼ୁଛି। ସାରା ରାଜ୍ୟରେ ସୃଷ୍ଟି ହୋଇଥିବା ଏପରି ଅରାଜକତା ଆଜି ଉଗ୍ରରୁପ ନେଇଛି ବାଲେଶ୍ଵର ଜିଲ୍ଲା ବାଲିଆପାଳରେ। ଲୋକଙ୍କ ଡାକରାକୁ ଅଗ୍ରହ୍ୟ କରିଥିବା ପୁଲିସ ଆଇଆଇସିକୁ ଆଜି ନାକରେ ପାଣି ପିଇବାକୁ ପଡ଼ିଛି। ଉତ୍ୟକ୍ତ ଲୋକେ ବର୍ଦି ପିନ୍ଧିଥିବା ଏହି ପୁଲିସ ଅଧିକାରୀଙ୍କୁ ନିର୍ଧୁମ ଛେଚିଛନ୍ତି।

ଅଭିଯୋଗ ହେଉଛି ବାଲିଆପାଳ-ବସ୍ତା ରାସ୍ତାର ଇଡ୍‌କୋ ହସ୍‌ପିଟାଲ୍‌ ଛକଠାରେ ଥିବା ରାଜଧାନୀ ଢାବାରୁ ଏକ ନାବଳକର ମୃତ ଦେହ ଆଜି ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ମୃତ ପିଲାଟି ଉଲୁଡ଼ା ଗାଁର ବିଜୟ ଦଳାଇ। ସ୍ଥାନୀୟ ଲୋକେ ଏନେଇ ସକାଳୁ ପୁଲିସକୁ ଖବର ଦେଇଥିଲେ। ବାରମ୍ବାର ଥାନାକୁ ଜଣାଇଥିଲେ ମଧ୍ୟ ପୁଲିସବାବୁ ଆସି ନଥିଲେ। ଫଳରେ କ୍ରମଶଃ ଲୋକଙ୍କ ସମାଗମ ବଢ଼ିଲା ତା’ ସଙ୍ଗେ ସଙ୍ଗେ ପୁଲିସ ଉପରେ ରୋଷ। ଲୋକେ ରାସ୍ତାରୋକ କରିବାକୁ ଶେଷ ନିଷ୍ପତ୍ତି ନେଇ ରାସ୍ତା ଉପରେ ବସିଲେ। ଏହାକୁ ଏଡ଼ାଇବା ଲାଗି ଥାନାଧିକାରୀ ବାଧ୍ୟ ହୋଇ ସଦଳବଳେ ପହଞ୍ଚିଥିଲେ। କିନ୍ତୁ ସେତେବେଳେକୁ ଡ଼େଡ଼ିଗୁଡ଼ କହୁଣିକୁ ବୋହି ସାରିଥିଲା। ଲୋକେ ଉତ୍ୟକ୍ତ ହୋଇ ସାରିଥିଲେ।

ପୁଲିସ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଲୋକେ ଘଟଣାସ୍ଥଳରେ ଦେଖି ତାଙ୍କୁ ଘେରିଲେ। ପ୍ରଥମେ କଥା କଟା କଟି ଚାଲିଲା। ଆଉ ତା’ପରେ ଲୋକଙ୍କ ମୁହଁ ବଦଳରେ ଠେଙ୍ଗା କଥା କହିଲା। ଆଚାର୍ଯ୍ୟ ବାବୁ ଏଥିରେ ଛାନିଆ ହୋଇଗଲେ। ଦଉଡ଼ିଲେ, ନେହୁରା ହେଲେ ତଳେ ଗଡ଼ିଗଲେ। କିନ୍ତୁ ଫଳ କିଛି ଫଳିଲା ନାହିଁ। ପୋଷାକ ଭିଡ଼ି ଲୋକେ ତାଙ୍କୁ ଉତ୍ତମ ମଧ୍ୟମ ଥୋଇଥିବା ଜଣାପଡ଼ିଛି।

ବିଧାନସଭାରେ ଗୃହ ବିଭାଗ ରାଜ୍ୟରେ ଅପରାଧ ବିଷୟରେ ଭୁଲ୍‌ ତଥ୍ୟ ଦେଉଛନ୍ତି ବୋଲି ବିରୋଧୀ ଦଳ ସଦସ୍ୟ ଅଭିଯୋଗ କରି ବାଚସ୍ପତିଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛନ୍ତି। ଏପରିକି କକ୍ଷତ୍ୟାଗ କରି, ଧାରଣା ଦେଇ ଗଣତାନ୍ତ୍ରିକ ବିରୋଧ ପ୍ରଦର୍ଶନ କରୁଛନ୍ତି। ଅନ୍ୟପକ୍ଷରେ ପ୍ରଶାସନିକ ନିରବତା ପୁଲିସ ବାବୁଙ୍କ ଏହିପରି ଅରାଜକତାକୁ ବଢ଼ାଇ ଚାଲିଛି।

ଯଦି କିଏ ଅଧିକ ମନମୁଖୀ ହୋଇଛି ତେବେ ସେ ହେଲା

Leave a Reply

Your email address will not be published.