ବିବାଦୀୟ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ଉତ୍ତେଜନା; ୧୪୪ ଲାଗୁ ଓ ୨ ମୃତ

ବେଙ୍ଗାଲୁରୁ: ସୋସିଆଲ୍ ମିଡିଆରେ ଏକ ବିବାଦୀୟ ପୋଷ୍ଟକୁ ନେଇ ଉତ୍ତେଜିତ ଜନସାଧାରଣ ମଙ୍ଗଳବାର ବିଳମ୍ବିତ ରାତିରେ ଜଂଗ୍ରେସର ଜଣେ ବିଧାୟକଙ୍କ ବାସଭବନ ଉପରେ ଆକ୍ରମଣ କରିଛନ୍ତି । ଏଭଳି ସମୟରେ ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଯାଇ ପୋଲିସ ପକ୍ଷରୁ ହୋଇଥିବା ଫାୟାରିଂରେ ୨ ଜଣଙ୍କର ମୃତ୍ୟୁ ହେବା ସହ କିଛି ପୋଲିସ କର୍ମୀ ଆହତ ହୋଇଛନ୍ତି ।

ସୂଚନାନୁଯାୟୀ, ସମ୍ପୃକ୍ତ ବିଧାୟକଙ୍କ ଜଣେ ସମ୍ପର୍କୀୟ ସୋସିଆଲ୍ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରିଥିଲେ । ଯାହାକୁ ନେଇ କଂଗ୍ରେସ ବିଧାୟକ ଜନ ଆକ୍ରୋଶର ଶୀକାର ହୋଇଥିଲେ । ଏପରିକି ଡିଜେ ହଲ୍ଲୀ ଓ କେଜି ହଲ୍ଲୀ ଥାନା ଅଞ୍ଚଳରେ ପୋଲିସ ସହ ମୁହାଁମୁହିଁ ହେବା ସହ ତାଙ୍କୁ ଗିରଫ କରିବା ଲାଗି ଦାବି କରିଛନ୍ତି ଉତ୍ୟକ୍ତ ବିକ୍ଷୋଭକାରୀ ।

ଏହାଛଡା ସେମାନେ ଥାନାରେ ଭଙ୍ଗାରୁଜା କରିବା ସହ ପୋଲିସ ଅଧିକାରୀଙ୍କୁ ପଥର ମାଡ କରିଥିବା ସୁତ୍ରରୁ ପ୍ରକାଶ । ସ୍ଥାନୀୟ ଅଞ୍ଚଳରେ ହିସାଂ, ଜଳାପୋଡା ଓ ବିକ୍ଷୋଭକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ସହରରେ ୧୪୪ ଧାରା ଲାଗୁ କରାଯାଇଛି ।

ଘଟଣା ସମ୍ପର୍କରେ ସୂଚନା ଦେଇ ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ କହିଛନ୍ତି ଯେ ପୋଲିସ ଫାୟାରିଂରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏପରିକି ମୁହାଁମୁହିଁ ହେବା ଫଳରେ ଜଣେ ଏସପିଙ୍କ ସହିତ ପ୍ରାୟ ୬୦ ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ପରସ୍ଥିତିକୁ ଦୃଷ୍ଟିରେ ବେଙ୍ଗାଲୁରୁ ସହରରେ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ଡିଜେ ହଲ୍ଲୀ ଓ କେଜି ହଲ୍ଲୀ ଥାନା ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଛି ।

ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ, ବିଧାୟକଙ୍କ ସମ୍ପର୍କୀୟଙ୍କୁ ତୁରନ୍ତ ଗିରଫ ଦାବି କରିବା ପାଇଁ ଦାବି କରିଥିଲେ । କିଛି ଲୋକ ମାମଲା ରୁଜୁ କରିବା ପାଇଁ କେଜି ହଲ୍ଲୀ ଥାନାକୁ ଯାଇଥିଲେ । ହେଲେ ସେଠାରେ ପୋଲିସ ମାମଲା ରୁଜୁ କରିବା ବଦଳରେ ପରସ୍ପର ବୁଝାମଣା କରିବା ପାଇଁ କହିଥିଲେ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ରାଜ୍ୟ ଗୃହ ମନ୍ତ୍ରୀଙ୍କୁ ସହ ଆଲୋଚନା କରିବା ସହ ସ୍ଥିତି ନିୟନ୍ତ୍ରଣରେ ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଲାଗି କହିଛନ୍ତି ।

 

Leave a Reply

Your email address will not be published.