ମନ୍ତ୍ରୀ ସୁଶାନ୍ତ ସିଂ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କରୋନା । ସେ କରୋନା ପଜିଟିଭ୍ ଥିବା ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ସେ ଟ୍ବିଟ୍ ରେ ଉଲ୍ଲେଖ କରିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ସମସ୍ତେ କରୋନା ଟେଷ୍ଟ କରାଇବା ପାଇଁ ମଧ୍ୟ ଟ୍ବିଟ୍ ରେ ସେ କହିଛନ୍ତି ।

ପୂର୍ବରୁ ବରଗଡ ସାଂସଦ ସୁରେଶ ପୂଜାରୀ କରୋନା ସଂକ୍ରମିତ ହୋଇଥିଲେ । କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସାଂସଦ ସୁରେଶ ପୂଜାରୀ ନିଜେ ଟ୍ବିଟ୍ କରି ସୂଚନା ଦେଇଥିଲେ ।

Leave a Reply

Your email address will not be published.