ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍):  ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ରାଜ୍ୟ ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । 

କରୋନା ପଜିଟିଭ ରିପୋର୍ଟ ଆସିବା ପରେ ମନ୍ତ୍ରୀ ବର୍ତ୍ତମାନ ହୋମ୍ ଆଇସୋଲେସନରେ ରହିଥିବା ସୂଚନା ମିଳିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ କରୋନା ପରୀକ୍ଷା କରାଇନେବାକୁ ପରାମର୍ଶ ଦେଇଛନ୍ତି ।

ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ମଧ୍ୟ କରୋନା ହୋଇସାରିଛି । ସେ କରୋନା ପଜିଟିଭ୍ ଥିବା ନିଜେ ଟ୍ବିଟ୍ କରି ସୂଚନା ଦେଇଥିଲେ । 

Leave a Reply