ଜୁନ୍‌ ୧ରୁ ଗଡିବ ମେଟ୍ରୋ , ଯାତ୍ରୀଙ୍କ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌.

ଲକ୍ଷ୍ନୌ, (ଓଡିଶା ଟାଇମ୍) : ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ଦେଶରେ ବର୍ତ୍ତମାନ ଲକ୍‌ଡାଉନ୍‌ ୪ର୍ଥ ପର୍ଯ୍ୟାୟରେ ରହିଛି । ଦେଶରେ କରୋନା ପ୍ରକୋପ ଦେଖି ଲକ୍‌ଡାଉନ୍‌ ଅବଧିକୁ ବଢାଇବା ପାଇଁ ସରକାର ଚିନ୍ତା କରୁଛନ୍ତି । ଲକ୍‌ଡାଉନ୍‌ର ୫.୦ ପର୍ଯ୍ୟାୟ ସୋମବାର ଠାରୁ ଲାଗୁ ହେବା ନେଇ ଅନୁମାନ କରାଯାଉଛି । କାହିଁକି ନା ଏବେ ଜାରି ରହିଥିବା ଲକ୍‌ଡ଼ାଉନ୍‌ ୪.୦ ମେ ୩୧ରେ ସରୁଛି । ସୋମବାର ଠାରୁ ଲକ୍‌ଡାଉନ୍‌ ୫.୦ରେ ଲାଗୁ ହୋଇପାରେ । ତେବେ ଯଦି ଲକ୍‌ଡାଉନ୍‌ ୫.୦ଦେଶରେ ଲାଗୁନହୁଏ , ତେବେ ଲକ୍ଷ୍ନେୌରେ ମେଟ୍ରା ସେବା ଆରମ୍ଭ ହୋଇପାରେ । ଯାହାକି ଜୁନ୍‌ ୧ ଠାରୁ ସେବା ଆରମ୍ଭ ହେବା ନେଇ ଆକଳନ କରାଯାଉଛି । ଉତ୍ତରପ୍ରଦେଶ ମେଟ୍ରୋ ରେଳ କର୍ପୋରସେନ ଲକ୍ଷ୍ନୌ ମେଟ୍ରୋର ଉତ୍ତର-ଦକ୍ଷିଣ କରିଡରରେ ଯାତ୍ରୀ ସେବା ପୁଣି ଥରେ ଆରମ୍ଭ କରିପାରେ । ଯେଉଁଥି ପାଇଁ ମେଟ୍ରୋ କର୍ପୋରେସନ ପ୍ରସ୍ତୁତ ଚଳାଇଛନ୍ତି । ମେଟ୍ରୋର ଏମ୍‌ଡି କୁମାର କେଶବ ଏହି ସମ୍ପର୍କରେ ମେଟ୍ରୋର ଟ୍ରାନ୍ସପୋର୍ଟନଗର ଡିପୋରେ ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ବୈଠକ କରିଛନ୍ତି ।

ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି-

ବୈଠକରେ କୁମାର କେଶବ ଅଧିକାରୀମାନଙ୍କୁ ଷ୍ଟେସନ ପରିସର ଓ ମେଟ୍ରୋ ଟ୍ରେନଗୁଡ଼ିକୁ ପୁରା ସାନିଟାଇଜ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରୀଙ୍କ ସଂପର୍କରେ ଆସିବାକୁ ଥିବା ଟିକେଟ କାଉଣ୍ଟକ, ଟିକେଟ ଭେଙ୍ଗିଂ ମେସିନ, କଷ୍ଟମ କେୟାର ସେଣ୍ଟର, ପ୍ରବେଶ ଓ ନିକାଶ ଦ୍ୱାର , ଏଫସି ମେସିନ, ମେଟ୍ରା ଟ୍ରେନ୍‌ ଭିତରେ, ହ୍ୟାଣ୍ଡରେଳ ଏସ୍କଲେଟର ଇତ୍ୟାଦିକୁ ଚାରିରୁ ପାଞ୍ଚ ଘଣ୍ଟାରେ ସାନିଟାଇଜେନସନ କରିବାକୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଷ୍ଟେସନ ପରିସରରେ ମୁତୟନ ଷ୍ଟେସନ କଣ୍ଟ୍ରୋଲର, କଷ୍ଟମ କେୟାର ଆସିଷ୍ଟାଣ୍ଟ ଓ ସୁରକ୍ଷାକର୍ମୀଙ୍କୁ ମାସ୍କ ଓ ଗ୍ଲୋଭ୍‌ସ ପିନ୍ଧି ଯାତ୍ରୀଙ୍କ ଠାରୁ ଉଚିତ୍‌ ଦୂରତା ରକ୍ଷାକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published.