ମେସେଞ୍ଜର କିଡସ‌୍‍ ଆପ‌ରେ ଫେସବୁକ‌୍‍ ଆଣିଲା ନୁଆ ସ୍ଲିପମୋଡ‌୍‍ ଫିଚର

0
30

ଭୁବନେଶ୍ୱର, (ହିମାଂଶୁଭୂଷଣ ପଣ୍ଡା ):  ମେସେଞ୍ଜର କିଡସ‌୍‍ ଆପ‌୍‍ ରେ ଫେସବୁକ‌୍‍ ଆଣିଲା ନୁଆ ସ୍ଲିପମୋଡ‌୍‍ ଫିଚର। ପିଲାମାନଙ୍କର ଅବିଭାବକ ମାନେ କରିପାରିବେ ପୁରା କଣ୍ଟ୍ରୋଲ‌୍‍।

ଆଜିର ଦିନରେ ସାରା ଦୁନିଆରେ ସୋସାଲ ମିଡିଆ ଫେସ‌୍‍ବୁକର ବ୍ୟବହାର କିଏବା ନକରୁଛି। କୋଟି କୋଟି ଲୋକ ଫେସବୁକ ମେସେଞ୍ଜର ଆପକୁ ବ୍ୟବହାର କରୁଛନ୍ତି। ଏହି ଆପ ସାଙ୍ଗସାଥି, ବନ୍ଧୁ ଏବଂ ପରିବାର ବର୍ଗଙ୍କୁ ଯୋଡିବାର ଏକପ୍ରକାର ମାଧ୍ୟମ ପାଲଟିଯାଇଛି। ଆପକୁ ଆହୁରି ଲୋକପ୍ରିୟ କରିବା ପାଇଁ ଫେସବୁକ‌୍‍ ଏଥିରେ କିଛି ଅପଡେଟ କରିଛି। ଫେସବୁକର ଏହି ଆପକୁ ପିଲାମାନଙ୍କ ଠାରୁ ଆରମ୍ଭ କରି ପ୍ରାପ୍ତ ବୟଷ୍କ ଲୋକମାନେ ମଧ୍ୟ ବ୍ୟବହାର କରୁଛନ୍ତି। ସେଥିପାଇଁ କମ୍ପାନୀ ୨୦୧୭ ମସିହା ଡିସେମ୍ୱର ମାସରେ ପିଲାମାନଙ୍କ ପାଇଁ ମେସେଞ୍ଜର କିଡସ‌୍‍ ଆପ ପ୍ରସ୍ତୁତ କରିଥିଲା। ଯେଉଁଥିରେ ପିଲାମାନଙ୍କ ସହିତ ତାଙ୍କର ଅବିଭାବକ ମାନେ ମଧ୍ୟ ଏହି ଆପ ମାଧ୍ୟମରେ ଯୋଡିହୋଇ ରହିବା ସଙ୍ଗେ ସଙ୍ଗେ ତାଙ୍କର ଆପକୁ ମଧ୍ୟ କଣ୍ଟ୍ରୋଲ‌୍‍ କରିପାରିବେ।

ପିଲାଙ୍କ ମେସେଞ୍ଜର କିଡସ‌୍‍ ଆପ‌୍‍

ଖାସକରି ଏହି ଆପ‌୍‍ କୁ ୧୩ ବର୍ଷରୁ କମ‌୍‍ ବୟଷ୍କ ପିଲାମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା। ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏହି ବୟସର ପିଲାମାନେ କିପରି ସୁରକ୍ଷିତ ଭାବରେ ନିଜ ସାଙ୍ଗସାଥୀ ମାନଙ୍କ ସହିତ ଏବଂ ପରିବାରର ଲୋକଙ୍କ ସହିତ ଚାର୍ଟ କରିବା ସହିତ ଭିଡିଓ ମେସେଜର ଆଦାନ ପ୍ରଦାନ ମଧ୍ୟ କରିପାରିବେ। ଏହି ଆପ‌୍‍ ର ମୁଖ୍ୟ ବିଶେଷତ୍ୱ ହେଉଛି ପିଲାମାନଙ୍କୁ ଅଧିକ ସୁରକ୍ଷିତ ରଖିବା ପାଇଁ ଆପକୁ ମାତା, ପିତାଙ୍କ ଫେସବୁକ‌୍‍ ଆଇଡି ସହିତ ଜୋଡାଯାଇ ସେଠାରୁ କଣ୍ଟ୍ରୋଲ‌୍‍ କରିଯାଇ ପାରିବ। ଆହୁରିମଧ୍ୟ ଏବେ ଏହି ଆପକୁ ଆଣ୍ଡ୍ରଏଡ‌୍‍ ଏବଂ ଆଇଓଏସ‌୍‍ ଓଏଏସ‌୍‍ ଥିବା ମୋବାଇଲ‌୍‍ ସହିତ ବ୍ୟବହାର କରାବା ସମ୍ଭବ ହୋଇପାରିଛି।

ମେସେଞ୍ଜରର ନୁଆ ସ୍ଲିପମୋଡ‌୍‍ ଫିଚର୍ସ

ଏବେ ଫେସବୁକ‌୍‍ ଏହି ଆପ‌୍‍କୁ ପିଲାମାନଙ୍କ ପାଇଁ ଆହୁରି ସୁରକ୍ଷିତ କରିବା ପାଇଁ ଏଥିରେ ସ୍ଲିପ‌୍‍ମୋଡ (Sleep Mode) ନାମରେ ଏକ ଫିଚର ଆଡ କରିଛି। ଏହାଦ୍ୱାରା ପିଲାମାନଙ୍କର ଫେସବୁକ‌୍‍ ବ୍ୟବହାର କରୁଥିବା ସମୟର ସୀମାକୁ ସଙ୍କୁଚିତ କରାଯାଇପାରିବ ଅର୍ଥାତ‌୍‍ ଯେଉଁ ସମୟରୁ ଯେଉଁ ସମୟ ପର୍ଯ୍ୟନ୍ତ ଆପଣ ଟାଇମ ଫିକ୍ସ କରିଥିବେ ଫେସବୁକ‌୍‍ ଆପଟି ସେତିକି ସମୟ ପର୍ଯ୍ୟନ୍ତ କାମ କରିବ ତା ପରେ ଆପ‌୍‍ ସ୍ଲିପ‌୍‍ ମୋଡରେ ରହିବ। ଫଳରେ ଏହି ଆପକୁ ଆଉ ବ୍ୟବହାର କରାଯାଇ ପାରିବ ନାହିଁ। ଏହି ଫିଚର୍ସ ବାବଦରେ ଫେସବୁକର ପ୍ରଡକ୍ଟ ମ୍ୟାନେଜର ତରୁଣ ଗୋବିନ୍ଦ ରାଜନ‌୍‍ଙ୍କ କହିବା କଥା ହେଲା କିଛି ପିତା,ମାତା ମାନଙ୍କର ଅଭିଯୋଗ ଥିଲା ଯେ ଫେସବୁକରେ ଏପରି କିଛି ଫିଚର୍ସ ଆଡ‌୍‍ କରଯାଉ ଯାହାଦ୍ୱାରାକି ସେମାନେ (ପିତା,ମାତା) ତାଙ୍କ ନିଜ ଇଚ୍ଛାରେ ଏହାକୁ କଣ୍ଟ୍ରୋଲ‌୍‍ କରି ପାରିବେ। ଆଉ ଫେସବୁକ‌୍‍ ଏହି ଫିଡବ୍ୟକକୁ ଖୁବ ଗମ୍ଭିରତାର ସହିତ ଗ୍ରହଣ କରି ଏହି ଆପ୍ଲିକେସନର ଡେଭଲପ‌୍‍ କରିଥିଲା। ଯାହାଦ୍ୱାରା ପିତା,ମାତା ମାନେ ନିଜ ପିଲାମାନଙ୍କର ଆକ୍ଟିଭିଟିକୁ ନିଜେ କଣ୍ଟ୍ରୋଲ‌୍‍ କରିପରିବେ।

ମେସେଞ୍ଜରରେ କିପରି ଆଡ ହେବ ସ୍ଲିପ‌୍‍ମୋଡ‌୍‍

ମେସେଞ୍ଜର ଆପରେ ସ୍ଲିପମୋଡକୁ ଆଡ କରିବାପାଇଁ କେତୋଟି ଷ୍ଟେପକୁ ଧ୍ୟାନ ଦେବାକୁ ହେବ।

୧. ପ୍ରଥମେ ଆପଣଙ୍କୁ ଫେସବୁକ‌୍‍ ଓପନ‌୍‍ କରିବାକୁ ହେବ।

୨. ଫେସବୁକ‌୍‍ ଓପନ ହେବାପରେ ମେସେଞ୍ଜର କିଡସ‌୍‍ କଣ୍ଟ୍ରୋଲକୁ ଯିବାକୁ ହେବ।

୩. ଏହାପରେ ଆପ କଣ୍ଟ୍ରୋଲ‌୍‍ ସେସନକୁ ଯାଇ ସ୍ଲିପମୋଡ ଉପରେ କ୍ଲିକ‌୍‍ କରିବାକୁ ହେବ।

୪. ଏହାପରେ ଆପଣ ସେହି ସମୟ ସେଟ‌୍‍ କରନ୍ତୁ ଯେତେବେଳେ ଆପଣ ଆପକୁ ବନ୍ଦ କରିବାକୁ ଚାହୁଁଛନ୍ତି,  ଠିକ‌୍‍ ସେହି ସମୟରୁ ଆପ କାମକରିବା ବନ୍ଦ ହୋଇଯିବ।

ଏହି ସ୍ଲିପମୋଡରେ ଥରେ ସମୟ ସେଟ କରିସାରିବା ପରେ ଆପଣଙ୍କୁ ଆଉ ବାରମ୍ୱାର ସମୟ ପରିବର୍ତ୍ତନ କରିବାକୁ ପଡିବ ନାହିଁ କାରଣ ଏହା ସେତେବେଳ ପର୍ଯ୍ୟନ୍ତ ରହିଥାଏ ଯେତେବେଳ ପର୍ଯ୍ୟନ୍ତ ଆପଣ ସମୟ ବଦଳାଇ ନାହାନ୍ତି କିମ୍ୱା ଆପ‌୍‍ ଲଗଆଉଟ ନହୋଇଛି।

 

Loading...