ବଜାରରେ ଏମ୍‌ବିସି ଟିଭି ଚର୍ଚା: ଦାୟିତ୍ଵ ଛାଡ଼ିଲେ ମୁଖ୍ୟ ସମ୍ପାଦକ

0
54

ଭୁବନେଶ୍ଵର, (ଓଟି): ଏମ୍‌ବିସି ଟିଭିକୁ ନେଇ ପୁଣିଥରେ ଚର୍ଚା ଆରମ୍ଭ ହୋଇଛି। କିଛିଦିନ ତଳେ କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା ନେଇ ଏହି ଚ୍ୟାନେଲ୍‌ର କିଛି ବ୍ୟକ୍ତିଙ୍କ ବିରୋଧରେ ଜଣେ ମହିଳା କର୍ମଚାରୀ ଭିଯୋଗ କରିଥିଲେ। କାଷ୍ଟିଂ କାଉଚ୍‌ ବୋଲି କହି କେହି କେହି ତାହାକୁ ମିଡିଆରେ ଉଲ୍ଲେଖ କରିଥିଲେ।  ଏହାପରେ କର୍ମଚାରୀଙ୍କୁ ବିଳମ୍ବରେ ଦରମା ମିଳିବା ନେଇ ମଧ୍ୟ ଚର୍ଚା ହୋଇଛି। ଏହି କାରଣରୁ  ସାମ୍ବାଦିକ ତଥା କ୍ୟାମେରାମ୍ୟାନ ଚ୍ୟାନେଲ୍‌ ଛାଡ଼ିଥିବାବେଳେ ଗଲା ୩୧ ତାରିଖରୁ ମୁଖ୍ୟ ସମ୍ପାଦକ ଦାୟିତ୍ଵ ତୁଲାଉଥିବା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋଇ କାର୍ଯ୍ୟରୁ ଅବ୍ୟାହତି ନେଇଛନ୍ତି। 

ମିଳିଥିବା ଖବର ଅନୁସାରେ ଦିଲ୍ଲୀପ ଏ ବାବଦରେ ନିଜର ଅସନ୍ତୋଷ ପରିଚାଳନା ଗୋଷ୍ଠୀଙ୍କ ଆଗରେ ଉପସ୍ଥାପନ କରିଥିଲେ। କିନ୍ତୁ ତାହାର ସମାଧାନ ହୋଇ ନଥିବାରୁ ସେ ଦାୟିତ୍ଵ ଛାଡ଼ିଛନ୍ତି। 

ଏମ୍‌ବିସି ଟିଭି ପୂର୍ବରୁ  ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଦ୍ଵାରା ପରିଚାଳିତ ହୋଇଥିଲା।  କିନ୍ତୁ ଚିଟ୍‌ଫଣ୍ଡ ଠକେଇ ଅଭିଯୋଗ ଆସିବ ପରେ ଏହାର ମାଲିକାନା ଚୁକ୍ତି ଭିତ୍ତିରେ ହସ୍ତାନ୍ତର ହୋଇଥିଲା। ବିଜେଡିର ବିଧାୟକ ତଥା ବିଜେଡି ପାୱାର ସେଣ୍ଟରର ଅନ୍ୟତମ ନେତା ପ୍ରଣବ ପ୍ରକାଶ ଦାସ (ବବି) ଏହାର ଉପଦେଷ୍ଟା ଥିବା ନେଇ ମଧ୍ୟ ଆଗରୁ ଆଲୋଚନା ହୋଇଛି। 

ଏହାପରେ ଅପୂର୍ବ ମହାନ୍ତି କିଛିଦିନ ଏମ୍‌ବିସିର ନ୍ୟୁଜ ମୁଖ୍ୟ ଥିଲେ। କିନ୍ତୁ ସେ ସେଠାରୁ ଛାଡ଼ିବା ପରେ ଦିଲ୍ଲୀପ ଯୋଗ ଦେଇଥିଲେ। 

ଏବେ ଦିଲ୍ଲୀପଙ୍କ ମାଧ୍ୟମରେ ସଂସ୍ଥାରେ ନିଯୁକ୍ତ କର୍ମଚାରୀ ଓ ତାଙ୍କ ପୂର୍ବରୁ ନିଯୁକ୍ତ ସାମ୍ବାଦିକ ତଥା କର୍ମଚାରୀଙ୍କ ଭିତରେ ଉତ୍ତମ ସଂଯୋଗ ଅଭାବ ହୋଇଛି। ସମ୍ପାଦକଙ୍କ ବିଦାୟ ପରେ ତାଙ୍କ ମାଧ୍ୟମରେ ଆସିଥିବା କର୍ମଚାରୀଙ୍କୁ ମଧ୍ୟ ସଂସ୍ଥା ଛାଡ଼ିବାକୁ ପରୋକ୍ଷ ନିର୍ଦେଶ ଆସିଥିବା ଜଣେ ସାମ୍ବାଦିକ କହିଛନ୍ତି। ଏଣୁ ଖୁବ୍‌ଶୀଘ୍ର ଆହୁରି କର୍ମଚାରୀ ମଧ୍ୟ ସଂସ୍ଥା ଛାଡ଼ିପାରନ୍ତି ବୋଲି ସୂଚନା ମିଳିଛି। 

Loading...