କାଲିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତାକାଲିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । କାଲିଠୁ ୨୪ ତାରିଖ ଯାଏ ଚାଲିବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ । ୧୫୩ଟି କେନ୍ଦ୍ରରେ ସପ୍ଲିମେଣ୍ଟାରି ଓ ୮୮ କେନ୍ଦ୍ରରେ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୨୪୧ଟି କେନ୍ଦ୍ରରେ ୩୫ ହଜାର ୫୮୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।
ତେବେ ଏଥର ୧୦୦ ପରିବର୍ତ୍ତେ ୮୦ ନମ୍ବରରେ ହେବ ପରୀକ୍ଷା । ୫୦ ନମ୍ବରର ସଂକ୍ଷିପ୍ତ ଉତ୍ତର ପାଇଁ ପିଲାଏ ପୂରଣ କରିବେ OMR ସିଟ୍ । ମୋଟ ୨୦ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଉଭୟ ପରୀକ୍ଷାର ଖାତାଦେଖା ହେବ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।