ଫେବ୍ରୁଆରି ୨୨ରୁ ମାଟ୍ରିକ୍‌ ପରୀକ୍ଷା ପରୀକ୍ଷା

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏ ବର୍ଷ ମାଟ୍ରିକ୍‌ ପରୀକ୍ଷା ଫେବ୍ରୁଆରି ୨୨ ତାରିଖରୁ ଆରମ୍ଭ ହୋଇ  ମାର୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା ୩୦ ଯାଏଁ ଚାଲିବ। ପୂର୍ବ ବର୍ଷ ଗୁଡ଼ିକରେ ସାଧାରଣତଃ ସକାଳ ୯ଟାରେ ପରୀକ୍ଷା ହେଉଥିଲା। ଚଳିତ ଥର ତୃତୀୟ ଭାଷା ହିନ୍ଦୀ/ ସଂସ୍କୃତ ପରୀକ୍ଷା ଅଲଗା ଅଲଗା ଦିନରେ ହେବ।ଫେବୃଆରୀ ୨୨ ତାରିଖରେ ପ୍ରଥମ ଭାଷା ଓଡ଼ିଆ, ୨୫ରେ ଇଂରାଜୀ, ୨୭ରେ ହିନ୍ଦୀ ଏବଂ ୨୮ରେ ସଂସ୍କୃତ ପରୀକ୍ଷା ହେବ।ସେହିପରି ମାର୍ଚ୍ଚ୨ରେ ଗଣିତ, ୬ରେ ସାଧାରଣ ବିଜ୍ଞାନ, ୮ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

  ଯଦିଓ ପୂର୍ବ ବର୍ଷଗୁଡ଼ିକରେ ପୂର୍ବ ଦିନରୁ ସେଣ୍ଟରକୁ ପ୍ରଶ୍ନ ପତ୍ର ଯାଉଥିଲା ଏବର୍ଷ କିନ୍ତୁ ସେପରି ହେବ ନାହିଁ। ପ୍ରଶ୍ନପତ୍ର ପ୍ରଘଟ ହେଉଥିବା ହେତୁ ପରୀକ୍ଷା ଦିନ ସକାଳୁ ସକାଳୁ ହିଁ  ନୋଡାଲ୍ ସେଣ୍ଟରରୁ  ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ ବୋଲି ସୂଚନା ରହିଛି। ଏ ବର୍ଷ ସମୁଦାୟ ୨୮୩୦ ସେଣ୍ଟର୍‌ରେ ୫ ଲକ୍ଷ ୪୫ ହଜାର ୩୬୪ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

Leave a Reply

Your email address will not be published.