ବିଦ୍ୟାଳୟକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ

ବାଲିପାଟଣା, (ଓଡିଶା ଟାଇମ୍) :ବିଦ୍ୟାଳୟକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଚାନକ ଗସ୍ତ। ବାଲିପାଟଣା ଶିକ୍ଷା ମଣ୍ଡଳ ବିପିନ୍ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ହରିଜନ ଆବାସି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ସମୀର ଦାଶ । ପ୍ରଥମେ ବିପିନ୍ ବିହାରୀ ଉଚ୍ଚ ବିଦ୍ୟାଳରେ କୋଭିଡ୍ ଗାଇଡ୍‌ ଲାଇନ୍ ଭିତରେ ପାଠ ପଢ଼ା କିପରି ଚାଲିଛି, ଏହାର ସ୍ଥିତି ପରିଖିଥିଲେ ମନ୍ତ୍ରୀ। ରବିବାର ବିଦ୍ଯାଳରେ କ୍ଲାସ ହେଉଛି କି ନାହିଁ ଛାତ୍ରଛାତ୍ରୀମାନଙ୍କୁ ପଚାରି ବୁଝିଥିଲେ। ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀମାନେ ସାମାଜିକ ଦୂରତାକୁ ମାନି କ୍ଲାସ୍ ହେବା ନେଇ ଗୁରୁତ୍ଵ ଦେବାକୁ ପ୍ରଧାନ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ ମନ୍ତ୍ରୀ।

ପରେ ହରିଜନ ଆବାସି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ମନ୍ତ୍ରୀ ସମୀର ଦାଶ । ହରିଜନ ଆବାସି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ମୋଟ ୬୦ ଜଣ ଛାତ୍ରଛାତ୍ରୀ ଅଧ୍ଯ୍ଯୟନ କରୁଛନ୍ତି । ମାତ୍ର ଶ୍ରେଣୀରେ କେବଳ ୨୧ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଥିଲା । ଯେଉଁଥିପାଇଁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । କିଭଳି ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଆସିବେ, ସେ ନେଇ     ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସେମାନଙ୍କର ଅଭିଭାବକଙ୍କ ସହ ଆଲୋଚନା କରିବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ବସି ରହିଲେ ଚଳିବ ନାହିଁ। ଆବଶ୍ୟକ ପଡ଼ିଲେ ଗ୍ରୃପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published.