ମୁହଁରେ ଲଗାନ୍ତୁ ମସୁର ଡାଲି, ପାଇବେ ଗ୍ଲୋଇଂ ସ୍କିନ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ସମସ୍ତଙ୍କ ରୋଷେଇ ଘରେ ମସୁର ଡାଲି ଖୁବ୍ ସହଜରେ ମିଳିଯାଇଥାଏ । ଏଥିରେ କେବଳ ଟେଷ୍ଟି ଖାଇବା ତିଆରି ହୁଏ ତା’ନୁହେଁ ବରଂ ଚେହେରାରେ ଚମକ ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ । ଶୁଷ୍କ ତ୍ୱଚା ଠାରୁ ଆରମ୍ଭ କରି ବ୍ରଣ କିମ୍ବା ଦାଗ ଥିବା ସ୍କିନରେ ଲଗାଇଲେ ଭଲ କାମ ଦେଇଥାଏ । ମସୁର ଡାଲିରୁ ଫେସ ମାସ୍କ, ସ୍କ୍ରବ ଓ ପ୍ୟାକ୍ ମଧ୍ୟ ପ୍ରସ୍ତୁତ କରାଯାଇଥାଏ ।

ମସୁର ଡାଲିକୁ ଆପଣମାନେ ତ୍ୱଚାରେ ବ୍ଲିଚିଂ ଭଳି ବ୍ୟବହାର କରିପାରିବେ । ଏହାକୁ ପ୍ରତିଦିନ ମୁହଁରେ ଲଗାଇଲେ ତ୍ୱଚା ସପ୍ଟ ଓ ଗ୍ଲୋଇଂ ଦେଖାଯାଇଥାଏ ।

ଏହା ତ୍ୱଚାରୁ ଦାଗ, କୁ ପଣ ଆଦି ଦୂର କରିବାରେ ସହାୟ ହୋଇଥାଏ । ଆସନ୍ତୁ ଜାଣିବା କିପରି ମସୁର ଡାଲିକୁ ମୁହଁରେ ବ୍ୟବହାର କରିବେ-

ଶୁଷ୍କ ତ୍ୱଚା

  • ଗୋଟିଏ ଗିନାରେ ଡାଲି, ହଳନୀ, କ୍ଷୀର ଓ ନଡିଆ ତେଲକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ଚେହେରାରେ ୧୦ମିନିଟ୍ ଯାଏଁ ଲଗାଇ ରଖନ୍ତୁ । ପରେ ଧିରେଧିରେ ମୁହଁରୁ ଘଷିକି ପେଷ୍ଟ ଛଡାନ୍ତୁ ।
  • ଆପଣ ଚାହିଁଲେ ମସୁର ଡାଲିର ପେଷ୍ଟରେ ବେସନ, ମୁଲତାନୀ ମାଟି ଭଳି ପଦାର୍ଥ ମିଶାଇ ମୁହଁରେ ଲଗାଇପାରିବେ ।
  • ନାକରେ ହେଉଥିବା ବ୍ଲାକ୍ ହେଡ୍ସ ଓ ହ୍ୱାଇଟ୍ ହେଡ୍ସକୁ ହଟାଇବା ଲାଗି ଆପଣ ଚାହିଁଲେ ମସୁର ଡାଲିର ପାଉଡର ମଧ୍ୟ ବ୍ୟବହାର କରିପାରିବେ ।
  • ଯଦି ଆପଣଙ୍କ ମୁହଁରେ କୌଣସି ପ୍ରକାରର ଆଲର୍ଜି ହେଉଥାଏ ତାହେଲେ ଏହି ପେଷ୍ଟକୁ ମୁହଁରେ ଲଗାଇବାରୁ ଦୂରେଇ ରୁହନ୍ତୁ ।
  • ମସୁର ଡାଲିର ପେଷ୍ଟ ତ୍ୱଚାକୁ ଶୁଷ୍କ କରାଇ ଦେଇଥାଏ । ସେଥିପାଇଁ ଏହାକୁ ତ୍ୱଚାରେ ଲଗାଇବା ପରେ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ ।
  • ଏହାଛଡା ଡାଲିକୁ ଭିଜା ଯାଇଥିବା ପାଣିକୁ ଫେସ୍ ପ୍ୟାକ ଓ ମାସ୍କ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ ।

Leave a Reply

Your email address will not be published.

%d bloggers like this: