ବାଲିଗୁଡ଼ା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

ବାଲିଗୁଡ଼ା, (ଓଡିଶା ଟାଇମ୍) : କନ୍ଧମାଳ ଜିଲ୍ଲାରୁ ବାଲିଗୁଡା ଥାନା ରାଇପଙ୍ଗା ଗାଁ ମାଓ ବିରୋଧୀ ପୋଷ୍ଟର ଲାଗିଛି । ପୋଷ୍ଟରେ ଗତ ୧୮ତାରିଖରେ ହୋଇଥିବା କଞ୍ଚାଲାଘୁ ହିଂସାକୁ ବିରୋଧ କରି ପୋଷ୍ଟର ମରାଯାଇଛି । ବାଲିଗୁଡା ଥାନା ରାଇପଙ୍ଗା ଗ୍ରାମରେ ପୋଷ୍ଟର ଲାଗିଛି । ଏହା ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ । 

ଅଗଷ୍ଟ ୧୮ରୁ ୨୪ ପର୍ଯ୍ୟନ୍ତ ବନ୍ଦ ସଫଳ କରିବା ପାଇଁ କଞ୍ଜlଲଘୁ ହିଂସା କେଉଁ ଅଧିକାରରେ ଓ କଣ ପାଇଁ କରାଯାଇଛି ବୋଲି ଆଇଏନ୍‌ପିପିଏଫ୍‌ ପ୍ରଶ୍ନ ଉଠାଇଛି। ଆଇଏନ୍‌ପିପିଏଫ୍‌ ପକ୍ଷରୁ ଲଗାଯାଇଥିବା ମାଓବିରୋଧୀ ପୋଷ୍ଟରେ କୁହାଯାଇଛି ଯେ କଞ୍ଜlଲଘୁ ଠାରେ ଘଟାଯାଇଥିବା ହିଂସାକୁ ଆମେ ବିରୋଧ କରୁଛୁ ଓ ନିନ୍ଦା କରୁଛୁ। ବିକାଶ କାମକୁ ବିରୋଧ କରି ଘଟେଇଥିବା ଏହି ଘଟଣା କେତେଦୂର ଯୁକ୍ତିଯୁକ୍ତ ? ଆଦିବାସୀ ବିକାଶ ବିରୋଧୀ ନକ୍ସଲ ତୁମକୁ ଏହାର ଜବାବ ଦେବାକୁ ପଡିବ। ସେମାନେ ଆମମାନଙ୍କ ପାଇଁ ସହିଦ ନୁହନ୍ତି, ବହୁତ ଶୀଘ୍ର ଏହାର ପ୍ରତିଶୋଧ ନିଆଯିବ ବୋଲି ଆଇଏନ୍‌ପିପିଏଫ୍‌ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published.