ପ୍ରଖ୍ୟାତ ଫିଲ୍ମ ନିର୍ମାତା ମନମୋହନ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ଵର, (ଓଟି): ଓଡ଼ିଶା ଫିଲ୍ମ ନିର୍ମାଣ ଦୁନିଆର ଆଉ ଜଣେ ପ୍ରତିଭା ମନମୋହନ ମହାପାତ୍ରଙ୍କ ପରଲୋକ ହୋଇଛି। ଦିର୍ଘଦିନ ହେଲା ସେ ଅସୁସ୍ଥ ଥିଲେ।  ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। 

ସମାନ୍ତରାଳ ସିନେମା ତିଆରିରେ ଏକ ନୂଆ ଧାରା ସୃେ୍‌ଟି କରିଥିବା ମନମୋହନ ୮ ଥର ଜାତୀ୍ର ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ। ନିକଟରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ  ପୁରସ୍କୃତ କରାଯାଇଥିଲା। 

ପୁନେ ଫିଲ୍ମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ପାସ୍‌ କରିବା ପରେ ସେ ଫିଲ୍ମ ନିର୍ମାଣ ଆରମ୍ଭ କରିଥିାଲ। ତାଙ୍କ ପ୍ରଥମ ଫିଲ୍ମ ଯାହ ଦର୍ଶକ ମହଲରେ ଯଥେେଷ୍ଟ ଖ୍ୟାତି ଅର୍ଜନ କରିଥିଲା ତାହା ଥିଲା ଶୀତ ରାତି। ୧୯୭୬ ମସିହାରେ ଏହା ମୁକ୍ତିଲାଭ କରିଥିଲା। ଏବଂ ୧୯୮୨ରେ ଆନ୍ତର୍ଜାତୀ୍ରୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା। କୌଣସି ଫିଲ୍ମ ଆନ୍ତର୍ଜାତୀୟ ମହୋତ୍ସବରେ ପ୍ରଦର୍ଶନ ହେବାରେ ଏହା ଥିଲା ପ୍ରଥମ ଓଡ଼ିଆ ସିନେମା। 

ତାଙ୍କ ନିର୍ଦେଶିତ ଅନ୍ୟ ସିନେମାଗୁଡ଼ିକ ହେଉଛି ନିଶିତ ସ୍ଵପ୍ନ, ନିରବ ଝଡ଼, ଶୀତରାତି, ଭିନ୍ନ ସମୟ ପ୍ରଭୃତି।  

Leave a Reply

Your email address will not be published.