ରୋଷେଇ – ମିଠା ଆମ୍ବ ପେଡ଼ା

ଆବଶ୍ୟକୀୟ ଜିନିଷ- ଖୋୟା ୨୦୦ ଗ୍ରାମ୍, ଗୁଣ୍ଡ ହୋଇଥିବା ଚିନି ୫୦ ଗ୍ରାମ, ଆମ୍ବ ରସ ୨୦୦ ମି.ଲି., ଗୋଟିଏ ଛୋଟ ଚାମଚ ଅଳେଉଚ ପାଉଡର୍, ୨ଟି ବଡ଼ ଚାମଚ ଅଖରୋଟ୍ ଓ ପିସ୍ତା ବାଦାମ୍ କଟା ।


ପ୍ରସ୍ତୁତି ପ୍ରଣାଳୀ – କଡ଼େଇରେ ଆମ୍ବରସ ଓ ଖୋୟା ସହିତ ଅନ୍ୟସବୁ ଜିନିଷ ପକାଇ ଭଲ ଭାବେ ଭାଜନ୍ତୁ । ଏହା ଏକ ରମକ କଠିନ ହୋଇ ଆସିବ ଓ କଡ଼େଇରେ ନ ଲାଗିଲେ ଚୁଲା ବନ୍ଦ କରନ୍ତୁ । ଏହାକୁ କିଛି ସମୟ ଥଣ୍ଡା ହେବାକୁ ଦିଅନ୍ତୁ । ଏହା ସମ୍ପୂର୍ଣ୍ଣ ଭାବେ ଥଣ୍ଡା ହୋଇଯିବା ପରେ ତାହାକୁ ପେଡ଼ା ଆକାରରେ ବନାନ୍ତୁ । ପ୍ରତ୍ୟେକ ପେଡ଼ା ଉପରେ ଆଉ କିଛି କଟା କାଜୁ କିମ୍ବା କିସମିସ୍ ସଜାଇ ଫ୍ରିଜରେ ରଖିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ମିଠା ଆମ୍ବ ପେଡ଼ା । ଏହା ପ୍ରାୟ ୪-୫ ଦିନ ପର୍ଯ୍ୟନ୍ତ ରହିଥାଏ । ତେଣୁ ଏହାକୁ ଆପଣ ଅତିଥିଙ୍କ ଘରକୁ ନେଇ ଯାଆନ୍ତୁ କିମ୍ବା କୌଣସି ପୂଜାପର୍ବରେ ମଧ୍ୟ ମିଠା ଭଳି ଭୋଗ ଲଗାଇପାରିବେ ।

Leave a Reply

Your email address will not be published.