କାଲିମେଳାରୁ ମାଓ ଶିବିର ଠାବ, ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନାଗିରି, (ଓଡିଶା ଟାଇମ୍) : ମାଲକାନଗିରି ଜିଲ୍ଲାରେ ମାଓ ଶିବିର ଠାବ କଲା ପୋଲିସ । କାଲିମେଳା ଥାନା ଅନ୍ତର୍ଗତ କୁରୁବ ଓ ସୁଧାକୁଣ୍ଟା ଗାଁ ମଝି ଜଙ୍ଗଲରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ବେଳେ ସୋମବାର ଏସଓଜି ଓ ବିଏସଏଫବାହିନୀ ମିଳିତ ଭାବେ ଏହାକୁ ଜବତ କରିଥିଲେ । ଏହି ଶିବିରରୁ ଅଫୁଟା ଗୁଳି, ଗ୍ୟାସ ସିଲିଣ୍ଡର , ଡିଟୋନେଟୋର ଓ ବିପୁଳ ବିସ୍ଫୋରକ ସାମଗ୍ରୀ ଜାବତ କରାଯାଇଛି।

ପୂର୍ବରୁ କାଲିମେଳା ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ରହିଥିବା ବେଳେ ବିଏସଏଫ ମୁତୟନ ପରେ ସେମାନେ ଚିତ୍ରକୋଣ୍ଡା ଅଞ୍ଚଳକୁ ଚାଲି ଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published.