ମାଓବାଦୀଙ୍କ ବର୍ବର କାଣ୍ଡ; ପୁଲିସ ଇନଫର୍ମର ସନ୍ଦେହରେ ଦୁଇ ଲୋକପ୍ରତିନିଧିଙ୍କୁ ହତ୍ୟା

ମାଲାକନଗିରି, (ଓଡିଶା ଟାଇମ୍) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ। ପରିବାରଲୋକଙ୍କ ସାମ୍ନାରେ ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ମାଓବାଦୀମାନେ ୨ଜଣ ଲୋକପ୍ରତିନିଧିଙ୍କୁ ହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ, ପୁଲିସ ଇନଫର୍ମର ସନ୍ଦେହ କରି ଦୁଇଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି ମାଓବାଦୀ। ଏଥିରେ ପ୍ରାଣ ହରାଇଥିବା ଦୁଇ ଲୋକପ୍ରତିନିଧି ହେଲେ ଗଙ୍ଗଲା ଗାଁର ଉପ ସରପଞ୍ଚ ଧନିରାମ କୋରସା ଏବଂ ୱାଡ଼ ମେମ୍ବର ଗୋପଲ କୁଡ଼ିୟମ। ଏନେଇ ବିଜାପୁର ଏସପି କମୋଲୋଚନ କଶ୍ୟପ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.