କମବ୍ୟାକ୍ କରୁଛନ୍ତି ପୁ…

କରଣ ଜୋହରଙ୍କ ଫିଲ୍ମ ‘କଭି ଖୁସି କଭି ଗମ୍’ରେ କରିନାଙ୍କ ପିଲାଦିନର ଭୂମିକାରେ ଅଭିନୟ କରିଥିବା ଚୁଲବୁଲି ‘ପୁ’ଙ୍କ କଥା ଆପଣମାନଙ୍କର ମନେ ଥିବ ନିଶ୍ଚୟ । ଆଇନାରେ ନିଜକୁ ଦେଖି ନିଜେ ଇର୍ଷା କରୁଥିବା ‘ପୁ’ର ସେହି ସଂଳାପ ଝିଅମାନଙ୍କ ମଧ୍ୟରେ ସେହି ସମୟରେ ବହୁତ କ୍ରେଜି ଥିଲା । ‘କଭି ଖୁସି କଭି ଗମ୍’ର ସେହି ଶିଶୁ କଳାକାର ମାଳବିକା ରାଜ୍ ଅନେକ ବର୍ଷ ପରେ ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି ବୋଲି ଖବର ଆସିଛି । ବଲିଉଡ୍ର ଆଗାମୀ ଫିଲ୍ମ ‘ସ୍କ୍ୱାର୍ଡ଼’ରେ ମୁଖ୍ୟ ଭୂମିକା ପାଇଁ ମାଳବିକାଙ୍କୁ ସାଇନ୍ କରାଯାଇଛି । ମାଳବିକାଙ୍କ ଅନ୍ସ୍କ୍ରୀନ୍ ନାୟକ ଭାବେ ଅଛନ୍ତି ରାଇଜିଙ୍ଗ୍ ଡେଜୋମ୍ପା । ଖଳନାୟକ ଡାନି ଡେଜୋମ୍ପାଙ୍କ ସୁପୁତ୍ର ରାଇଜିଙ୍ଗ ଏହି ଫିଲ୍ମ ମାଧ୍ୟମରେ ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ।

ଆକ୍ସନ୍ ଓ ରୋମାନ୍ସରେ ଭରପୁର ଏହି ଫିଲ୍ମରେ ମାଳବିକା ଜଣେ ଇଣ୍ଟେଲିଜେଣ୍ଟ୍ ଝିଅର ଭୂମିକାରେ ଅଭିନୟ କରିବେ ଏବଂ ଏହି ଚରିତ୍ରର ନାଁ ରଖାଯାଇଛି ଆରିୟା । ଏହାପୂର୍ବରୁ ମାଳବିକା ତେଲୁଗୁ ଫିଲ୍ମ ‘ଜୟଦେବ’ରେ ଅଭିନୟର ପରାକାଷ୍ଠା ଦେଖାଇ ସାରିଛନ୍ତି ।

Leave a Reply

Your email address will not be published.