ମହାନଦୀ ଜଳ ବିବାଦ : ଟ୍ରିବ୍ୟୁନାଲ ଗଠନକୁ ମନା କଲା କେନ୍ଦ୍ର

0
21

ଭୁବନେଶ୍ୱର,(ଓଟି): ମହାନଦୀ ଜଳ ବିବାଦ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ହୋଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଆପୋଷ ସମାଧାନ ହେଉ ବୋଲି ପ୍ରସ୍ତାବ ରଖିଛନ୍ତି। ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ ଅନୁଯାଇ ଟ୍ରିବ୍ୟୁନାଲ ଗଠନ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି କେନ୍ଦ୍ର କହିଛି। କେନ୍ଦ୍ର କହିଛି, ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ମାଧ୍ୟମରେ ସମସ୍ୟାର ସମାଧାନ ହେଉ।

ସତ୍ୟପାଠରେ ଓଡ଼ିଶା ସରକାରଙ୍କ ଦ୍ୱାରା ଜଳ ଆବଣ୍ଟନ ତଥ୍ୟ ଦିଆଯାଇ ନଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ପୂର୍ବରୁ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ପାଖରେ ଦାବି କରିଥିଲା। ଗତ ନଭେମ୍ବର ୧୯ରେ ଟ୍ରିବ୍ୟୁନାଲ ଗଠନ ପାଇଁ ଶେଷ ତାରିଖ ଧାର୍ଯ୍ୟ ହୋଇଥିଲେ ହେଁ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖରେ ସବିଶେଷ ତଥ୍ୟ ଦାଖଲ କରି ନଥଲେ।

Loading...