ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ମଧ୍ୟପ୍ରଦେଶ, (ଓଡିଶା ଟାଇମ୍) : ଦେଶରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି। ଏହାରି ମଧ୍ୟରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । କରୋନା ପଜିଟିଭ ନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ  କ୍ୱାରେଣ୍ଟିନରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଶିବରାଜଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରିବାକୁ ମଧ୍ୟ ସେ କହିଛନ୍ତି । ଏଥିସହିତ ସେ ସମସ୍ତ କରୋନା ଗାଇଡ଼ଲାଇନ ପାଳନ କରୁଛନ୍ତି ବୋଲି ଟୁଇଟର ମାଧ୍ୟମରେ କହିଛନ୍ତି ।

 

Leave a Reply

Your email address will not be published.