ଜଷ୍ଟିସ୍‌ ଅଜିତ୍‌ ସିଂହ ଓଡ଼ିଶା ଲୋକୟୁକ୍ତ ଅଧ୍ୟକ୍ଷ ହେଲେ

ଦୀର୍ଘ ଦିନର ଦାବି ପରେ ଶେଷରେ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତ କରିଛନ୍ତି। ଜଷ୍ଟିସ ଅଜିତ୍ ସିଂଙ୍କୁ ଲୋକାୟୁକ୍ତର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଗୌହ୍ୱାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସିଂ ଏହି ଦାୟିତ୍ୱ ଦିଆଯିବା ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଲୋକାୟୁକ୍ତ ନିଯୁକ୍ତି କମିଟିର ସୁପାରିସ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଶା ଲୋକୟୁକ୍ତ ଅଧ୍ୟକ୍ଷ ଭାବେ ଜଷ୍ଟିସ ସିଂହଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି।

ଜଷ୍ଟିସ ସିଂହ ଗୌହ୍ୱାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରି ୨୦୧୮ରେ ଅବସର ଗ୍ରହଣ କରିଛନ୍ତି। ୧୯୫୬ ମସିହାରେ ଜନ୍ମିତ ଜଷ୍ଟିସ ସିଂହ ୧୯୭୯ ମସିହାରେ ମଧ୍ୟପ୍ରଦେଶର ଜବଲପୁରରେ ଆଡଭୋକେଟ୍ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ୨୦୦୨ ମସିହାରେ ସେ ମଧ୍ୟପ୍ରଦେଶ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଲୋକାୟୁକ୍ତ ଚୟନ କମିଟିର  ବୈଠକରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ୭ଜଣିଆ ଯାଞ୍ଚ କମିଟି ପଠାଇଥିବା ନାମ ତାଲିକା ଉପରେ ତର୍ଜମା ହୋଇଥିଲା। ଏହାପରେ ଅଧ୍ୟକ୍ଷ ପଦ ଲାଗି ଜଷ୍ଟିସ ସିଂହଙ୍କୁ ଚୟନ କରିଥିଲା କମିଟି। ଲୋକାୟୁକ୍ତ ଚୟନ କମିଟି ବୈଠକରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ସମେତ ପ୍ରତିଷ୍ଠିତ ଜୁରିଷ୍ଟ୍ ଜଷ୍ଟିସ ଅନଙ୍ଗ ନାରାୟଣ ପଟ୍ଟନାୟକ ଯୋଗଦେଇ ଥିଲେ।

Leave a Reply

Your email address will not be published.