#Lockdown3: କେଉଁ ସେବାକୁ ରାଜ୍ୟ ସରକାର ଦେଲେ ଅନୁମତି, କେଉଁଟି ବନ୍ଦ ଜାଣନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆସନ୍ତା କାଲି ସେମାବାର ସକାଳୁ ଲକ୍‌ଡାଉନ୍-‌୩ ଲାଗୁ ହେବ। ଏଥିଲାଗି କ’ଣ କଟକଣା ରହିବ ଏବଂ କ’ଣ ସବୁ ମୁକ୍ତ ରହିବ ସେଥିନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିସ୍ତୃତ ନିର୍ଦେଶାବଳୀ ଜାରି କରାଯାଇଛି। ଏହି ନିର୍ଦେଶାବଳୀ ଅନୁସାରେ ରାଜ୍ୟରେ ତିନୋଟି ଜିଲ୍ଲା ଏବଂ ଭୁବନେଶ୍ଵର ମହାନଗର ନିଗମ ରେଡ୍‌ ଜୋନ୍‌ରେ ରହିଛନ୍ତି। ଠିକ୍‌ ସେହିପରି ୧୧ଟି ଜିଲ୍ଲାକୁ ଅରେଞ୍ଜ ଜୋନ୍‌ ଭିତରେ ରଖାଯାଇଛି। ୧ଟି ଜିଲ୍ଲା ଗ୍ରୀନ୍‌ ଜୋନ୍‌ ଭିତରେ ଅନ୍ତର୍ଭୁକ୍ତ କରାଯାଇଛି।

ଆସନ୍ତୁ ନଜର ପକାଇବ କ’ଣ ସବୁ ସେବା ଓ କାରବାର ଖେଶଲା ରହିବ ଏବଂ କେଉଁ କାରବାର ଓ ସେବା ବନ୍ଦ ରହିବ।

କେଉଁ କାର୍ଯ୍ୟ ସବୁଜୋନ୍‌ରେ ବାରଣ 

  • ବସ୍‌, ଟ୍ରେନ୍‌, ବିମାନ ଚଳାଚଳକୁ ବାରଣ କରାଯାଇଛି। କିନ୍ତୁ ମେଡିକାଲ୍‌, ସୁରକ୍ଷା କାର୍ଯ୍ୟରେ ଏସବୁ ଗ୍ରହଣୀୟ। ପୁଣି ଗୃହମନ୍ତ୍ରଣାଳୟ ଦ୍ଵାରା ଅନୁମତି ପାଇଥିବା ଏହି ଶ୍ରେଣୀୟ ସୁବିଧା ଚାଲି ପାରିବ।
  • ମେଡିକାଲ୍‌ କାରଣ ବା ଗୃହ ମନ୍ତ୍ରଣାଳୟର ଅନୁମତି ବିନା କୌଣସି ବ୍ୟକ୍ତିର ଆନ୍ତଃରାଜ୍ୟ ଯାତାୟାତ।
  • ସମସ୍ତ ସ୍କୁଲ୍‌ କଲେଜ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ବାରଣ। କିନ୍ତୁ ଅନ୍‌ଲାଇନ୍‌ ରେ ପାଠପଢ଼ା ଚାଲିପାରିବ।
  • ସିନେମାହଲ୍‌, ଶପିଂ ମଲ, ଜିମ୍‌, ସ୍ପୋର୍ଟସ କଂପ୍ଲେକ୍ସ, ସ୍ଵିମିଂ ପୁଲ, ଏଣ୍ଟରଟେନ୍‌ମେଣ୍ଟ ପାର୍କ, ଟିଏଟର, ବାର୍‌, ଅଡିଟୋରିୟମ୍‌ ପ୍ରଭୃତି
  • ସମସ୍ତ ସାମାଜିକ, ସାଂସ୍କୃତି, ରାଜନୀତିକ ଶୈକ୍ଷିକ, ତଥା ଧାର୍ମିକ ସମାବେଶ।
  • ସମସ୍ତ ଧାର୍ମିକ ଅନୁଷ୍ଠାରେ ଭକ୍ତଙ୍କ ସମାଗମ

ରେଡ୍‌ ଜୋନ୍‌ ( ହଟ୍‌ସ୍ପଟ) ରେ କ’ଣ ମନା 

ଅବରୋଧ ଅଞ୍ଚଳକୁ ଛାଡ଼ି ହଟ୍‌ସ୍ପଟ ବା ଅତି ସଂକ୍ରମଣଶୀଳ ଅଞ୍ଚଳକୁ କେଉଁ ସେବା ମନା ତାହାର ଏକ ବିବରଣୀ ଏଠାରେ ଦିଆଗଳା। ଏହି ପ୍ରତିବନ୍ଧକସବୁ ଲକ୍‌ଡାଉନ୍‌ ସମୟରେ ଲାଗୁ ହେବ। ଓଡ଼ିଶାର ୩ଟି ଜିଲ୍ଲା ଭଦ୍ରକ, ବାଲେଶ୍ଵର, ଯାଜପୁର ଏବଂ ଭୁବନେଶ୍ଵର ମ୍ୟୁନିସିପାଲିଟି କର୍ପୋରେସନ୍‌ ଅଞ୍ଚଳକୁ ରେଡ୍‌ ଜୋନ୍‌ ଭାବେ ଚିହ୍ନିତ କରାଯାଇଛି।

  • ଉପରୋକ୍ତ ସମସ୍ତ ସେବା ଓ କାରବାର
  • ରିକ୍ସା, ବା ଅଟୋ ରିକ୍ସା
  • ଟ୍ୟାକ୍ସି ସେବା ଅଥବା କ୍ୟାବ୍ ସେବା
  • ଆନ୍ତଃ ଜିଲ୍ ବସ୍‌ ଚଳାଚଳ
  • ବାରିକ ଦୋକାନ, ସ୍ପା, ସାଲୋନ୍‌

କ’ଣ ଖୋଲା (ସର୍ତ୍ତମୂଳକ)

  • ଅନୁମତି ଥିବା ଚାରିଚକିଆ ବା ଦୁଇଚକିଆ। କାର୍‌ରେ କେବଳ ଡ୍ରାଇଭରଙ୍କୁ ଛାଡ଼ି ଆଉ ଦୁଇଜଣ ଯାତ୍ରୀ ବସିପାରିବେ।
  • ଦୁଇଚକିଆରେ ପଛରେ କାହାକୁ ବସିବା ଅନୁମତି ନାହିଁ।
  • ଟ୍ରାନ୍ସପୋର୍ଟ ଆଗ୍ରିଗେଟର ବା କ୍ୟାବ୍‌ ସେବା କେବଳ ଡାକ୍ତର ଏବଂ ଡାକ୍ତରଖାନା ଷ୍ଟାଫ୍‌ଙ୍କୁ ନେବା ଆଣିବା ଲାଗି ଉଦ୍ଦିଷ୍ଟ ହେବ। ଏହି ସେବା ପାଇଁ ସମ୍ପୃକ୍ତ ଗାଡ଼ିକୁ ପୂର୍ବରୁ ବାଣିଜ୍ୟ ବିଭାଗର ଅନୁମତି ନେବାକୁ ପଡ଼ିବ।
  • ଅତ୍ୟାବଶ୍ୟକ ସାମଗ୍ରୀ ଯେମିତି ଔଷଧ ବା ଡାକ୍ତରଖାନା ସାମଗ୍ରୀ ତିଆରି କରୁଥିବା ଅନୁଷ୍ଠାନ, ଆଇଟଇ ହାର୍ଡଓ୍ବେର ତିଆରି କରୁଥିବା ସଂସ୍ଥା, ପ୍ୟାକେଜିଂ ୟୁନିଟ୍‌ ଚାଲିପାରିବ। କିନ୍ତୁ ଏଠାରେ ସୋଶାଲ୍‌ ଡିଷ୍ଟାନ୍ସିଂ ପାଳନ କରିବାକୁ ହେବ।
  • ରେଡ୍‌ ଜୋନ୍‌ରେ ଆସୁଥିବା ଗ୍ରାମାଞ୍ଚଳରେ ସମସ୍ତ ଶିଳ୍ପ କାରଖାନାକୁ ଖୋଲିବା  ଏବଂ ସମସ୍ତ ନିର୍ବାଣ କାର୍ଯ୍ୟ ଆରମ୍ଭ  ବା ଚାଲୁ ପାଇଁ ଅନୁମତି ରହିଛି।
  • ସହରାଞ୍ଚଳରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଚାଲୁ ହେବ। କିନ୍ତୁ ଶ୍ରମିକ ବାହାରୁ ଆସିବେ ନାହିଁ।
  • ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ସମସ୍ତ ଦୋକାନ, ମାର୍କେଟ୍‌ କଂପ୍ଲକ୍ସ
  • ସମସ୍ତ ଏକକ ଦୋକାନ, ସାହି ବସ୍ତି ତଥା ଆବାସିକ କଲୋନୀରେ ଖୋଲିଥିବା ଦୋକାନ
  • ଶପିଂ ପଲକୁ ଛାଡ଼ି ଗ୍ରାମାଞ୍ଚଳରେ ଥିବା ସମସ୍ତ ଦୋକାନ।
  • ଇ କମର୍ସ କାରବାର ଚାଲୁ ରହିବ। ଘରୋଇ ଅଫିସ ୩୩ ପ୍ରତିଶତ ଷ୍ଟାଫ୍‌ରେ କାମ ଚଳାଇବେ।
  • କେନ୍ଦ୍ରୀୟ ରାଜ୍ୟ ସରକାରୀ ଅଫିସ ପୁର୍ବ ନିର୍ଦ୍ଧାରଣ ନିୟମାବଳୀ ଅନୁସାରେ କାର୍ଯ୍ୟ କରିବେ।

ଅରେଞ୍ଜ ଜୋନ

ରାଜ୍ୟର ୧୦ଟି ଜିଲ୍ଲା ଅରେଞ୍ଜ ଜୋନ୍‌ରେ ରହିଛି। ଏଗୁଡ଼ିକରେ ସଂକ୍ରମଣ ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛନ୍ତି: ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ଢେଙ୍ଖାନାଳ, କଳାହାଣ୍ଡି ଏବଂ ଗଞ୍ଜାମ୍‌। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵର ରେଡ୍‌ ଜୋନ୍‌ ଅନ୍ତର୍ଭୁକ୍ତ।

  • ଏହିସବୁ ଅଞ୍ଚଳରେ ନିମ୍ନ ସେବାସବୁକୁ ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁସାରେ ଆସନ୍ତା କାଲିଠାରୁ ଅନୁମତି ରହିଛି।
  • ଜଣେ ଡ୍ରାଇଭର ଏବଂ ୨ଜଣ ପାସେଞ୍ଜରଙ୍କୁ ବସାଇ ଟ୍ୟାକ୍ସି ବା କ୍ୟାବ୍‌ ସେବା।
  • ଆନ୍ତଃ ଜିଲ୍ଲା ଯାତାୟାତ। କିନ୍ତୁ ଆନ୍ତଃ ଜିଲ୍ଲା ବା ଜିଲ୍ଲା ମଧ୍ୟରେ ବସ୍‌ ସେବାକୁ ଅନୁମତି ଦିଆଯାଇ ନାହିଁ। କେବଳ କ୍ୟାବ୍‌ ସେବା ବା ନିଜସ୍ଵ କାର୍‌ରେ ଯିବା ଆସିବା କରିହେବ। ଏଥିଲାଗି ଅତି ବେଶୀରେ ଦୁଇଜଣ ଯାତ୍ରୀ ଯାଇପାରିବେ।
  • ଅନ୍ୟ ସବୁ କାର୍ଯ୍ୟ ଯେଉଁଥିପାଇଁ ପ୍ରତିବନ୍ଧକ ଘୋଷଣା କରାଯାଇ ନାହିଁ।

ସବୁଜ ଅଞ୍ଚଳରେ ସମସ୍ତ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରାଯାଇଛି। ରାଜ୍ୟର ୧୬ ଜିଲ୍ଲାକୁ ସରକାରଙ୍କ ପକ୍ଷରୁ ଗ୍ରୀନ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଚି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ଏହି ସଂଖ୍ୟା ୨୧ ଥିଲା।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦେଶାବଳୀ ବିଜ୍ଞପ୍ତିକୁ ପଢ଼ିବା ପାଇଁ ଏହିଠାରେ କ୍ଲିକ୍‌ କରନ୍ତୁ। 

Leave a Reply

Your email address will not be published.