୧୪ ଦିନ ବଢ଼ିଲା ଲକ୍ଡାଉନ୍, ଗ୍ରୀନ୍ ଜୋନ୍ରେ ବସ୍ ଚାଲିବ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ପୁଣି ବଢ଼ିଲା ଲକ୍ଡାଉନ୍। ମେ’ ୩ ତାରିଖରେ ଲକ୍ଡାଉନ୍ କଟକଣା ହଟିବ ବୋଲି ଯାହା ଆଶ କରାଯାଉଥିଲା ତାହାକୁ ୧୭ ତାରିଖ ଯାଏ ବଢ଼ାଇ ଦିଆଯାଇଛି। ତେବେ ଏହି ସମୟରେ ସଂକ୍ରମିତ ସମ୍ବେଦନଶୀଳ (ଅରେଞ୍ଜ୍ ଜୋନ୍) , ଅତି ସମ୍ବେଦନଶୀଳ (ରେଡ୍ ଜୋନ୍) ଏବଂ ନିରାପଦ ବା ଅସଂକ୍ରମିତ ଜୋନରେ କଟକଣାକୁ ଆବଶ୍ୟକ ଅନୁସାରେ କୋହଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କଟକଣା କୋହଳ କ୍ଷମତା ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯାଇଛି।
ଜାତୀୟ ବିପର୍ଯ୍ୟୟ ଆଇନ ୨୦୦୫ ଅନୁସାରେ ଗୃହ ମନ୍ତ୍ରଣାଳ୍ର ଲକ୍ଡାଉନ୍କୁ ସଂସ୍ପ୍ରସାରଣ କରିଛନ୍ତି। ତେବେେ ଦେଶରେ ନୁହେଁ କେବଳ ରେଡ୍ ଜୋନ୍ରେ ସମସ୍ତ ଲକ୍ଡାଉନ୍ କଟକଣା ଲାଗୁ କରାଯିବ। ରାଜଧାନୀ ଦିଲ୍ଲୀର ୧୧ଟି ଜିଲ୍ଲା ରେଡ୍ ଜୋନ୍ରେ ଆସୁଥିବାରୁ ଏଠାରେ ସମସ୍ତ କାରବାର ବନ୍ଦ ରହିବ। ଆସନ୍ତା ୧୭ ତାରିଖ ପରେ ଏଠାରେ ଅବସ୍ଥା ଦେଖି ନୀତି କୋହଳ କରାଯିବା ସମ୍ଭବନା ରହିଛି।
ଗୃହମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିନ ଦେଶର ବିଭିନ୍ନ ସହରରେ ସଂକ୍ରମଣ ବ୍ୟପକ ସ୍ଥିତିକୁ ଲକ୍ଷ୍ୟ କରି ଏକ ଜିଲ୍ଲାଗୁଡ଼ିକୁ ସମ୍ବେଦନଶୀଳତା ଆଧାର ଦିଆଯାଇଛି। ଏହି କ୍ରମରେ ଦେଶର ୧୩୦ ଜିଲ୍ଲା ଅତି ସମ୍ବେଦନଶୀଳ ଜିଲ୍ଲା (ରେଡ୍ ଜୋନ୍) ଭାବରେ ଘୋଷଣା କରାଯାଇଛି। ୨୮୪ଟି ଜିଲ୍ଲାକୁ ଅରେଞ୍ଜ୍ ଜୋନ୍ ବା ସମ୍ବେଦନଶୀଳ ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଠିକ୍ ସେହିବରି ଦେଶର ୩୧୯ ଜିଲ୍ଲାକୁ ଗ୍ରୀନ୍ ଜୋନ୍ ବା ସଂକ୍ରମଣ ନିରାପଦ ଜୋନ୍ ଭାବେ ଘୋଷଣା କରାଯାଇଛି।
ରେଡ୍ ଜୋନ୍ରେ ସମସ୍ତ କଟକଣା ଲାଗୁ ହେବ। ଗ୍ରୀନ୍ ଜୋନ୍ରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଯାନ ଚାଲିବ। କିନ୍ତୁ ବସ୍ ଚାଲିବ କି ନା ତାହା ଜିଲ୍ଲାପାଳଙ୍କ ଉପରେ ନିର୍ଭର କରିବ। ଏହି ସମୟରେ ଆବଶ୍ୟକ ସୋଶାଲ୍ ଡିଷ୍ଟାନ୍ସିଂ, ମୁହଁରେ ମାସ୍କ ଏବଂ ସୃାନିଟାଇଜର୍ ବ୍ୟବସ୍ଥା ରଖିବାକୁ ବାଧ୍ୟ।
ମେ’ ୧୭ ତାରିଖ ଯାଏ ସମସ୍ତ ଉଡ଼ା ଯାହାଜ, ରେଳ ଚଳାଚଳ ବନ୍ଦ ରହିବ।